ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... 1. ଆଜିଠୁ ରାଜଧାନୀରେ ଦିବ୍ୟାଙ୍ଗଙ୍କୁ ମିଳିବ ଡୋର ସର୍ଭିସ । ଟିକା ଦେବା ଓ କୋଭିଡ ଟେଷ୍ଟ ପରେ ତାଙ୍କୁ ଘରେ ଛାଡିବ ବିଏମସି ।
2. ଆଜି ଅବପାତ ରୂପ ନେବ ସମ୍ଭାବ୍ୟ ବାତ୍ୟା ୟଶ । 24ରେ ବାତ୍ୟାରେ ହେବ ପରିଣତ ।
3. ଆଜି ଭଦ୍ରକ ଗସ୍ତରେ ଆସିବେ ସ୍ବତନ୍ତ୍ର ରିଲିଫ କମିଶନର । ବାତ୍ୟା 'ୟଶ' ମୁକାବିଲା ପ୍ରସ୍ତୁତିକୁ ନେଇ କରିବେ ସମୀକ୍ଷା ।
4. ଆଜି ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କ ସହ କେନ୍ଦ୍ରର ଉଚ୍ଚସ୍ତରୀୟ ବୈଠକ । ଦ୍ବାଦଶ ପରୀକ୍ଷାକୁ ନେଇ ହେବ ନିଷ୍ପତ୍ତି ।
5. ଆଜି ଜେଇଇ ମେନ, ନିଟ ଓ ଯୁପିଏସସି ସିଭିଲ ସର୍ଭିସ ସମ୍ପର୍କରେ ମଧ୍ୟ ରାଜ୍ୟ ସହ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
6. ବାତ୍ୟା ୟଶ ପାଇଁ ଆଜିଠାରୁ ପୂର୍ବତଟ ରେଳପଥର ମହୀଶୂର-ହାୱଡା ଓ ଏଲିଟଟି-ପୁରୀ ସ୍ପେଶାଲ ଟ୍ରେନ ବାତିଲ ।
7. ଦିଲ୍ଲୀରେ ଟିକାର ଘୋର ଅଭାବ । ଆଜି ବି ବନ୍ଦ ରହିବ 18ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ ।
8. ଆଜି ପ୍ରଥମ ଓଡିଆ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ 2ୟ ଶ୍ରାଦ୍ଧବାର୍ଷିକୀ । ଏଭରେଷ୍ଟରୁ ଫେରୁଥିବା ସମୟରେ 2019 ମେ 23ରେ ହୋଇଥିଲା ପରଲୋକ ।
9. ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଖେଳାଳିଙ୍କ ମଧ୍ୟରେ ଥିବା ଯୁବ ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆଜି ଟିମରେ ଯୋଗ ଦେବେ ।
10. ଆଜି ରାଜ୍ୟରେ ପାଗ ଶୁଖିଲା ରହିବ । 24ରୁ ଉପକୂଳ ଅଞ୍ଚଳରେ 50କିମିରେ ପବନ ବହିବା ସହିତ 25ରୁ ପ୍ରବଳ ବର୍ଷା ।