ଓଡିଶା

odisha

By

Published : Nov 21, 2020, 1:08 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-କମୁଛି କୋରୋନା ପ୍ରଭାବ, ଦିନକରେ 778 ଆକ୍ରାନ୍ତ ଚିହ୍ନଟ

ଆଜି ଦିନକରେ 778 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡରେ ସର୍ବାଧିକ 64ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

2-ଆଜି 17 ଜଣଙ୍କ ପ୍ରାଣ ନେଲା କୋରୋନା

ରାଜ୍ୟରେ ପୁଣି ଗଡ଼ିଲା 17 ଜଣଙ୍କ ମୁଣ୍ଡ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1625ରେ ପହଞ୍ଚିଛି ।

3-ହାଜତ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, 3ଟା ଯାଏଁ ଗୃହ ମୁଲତବୀ

ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ହାଜତ ମୃତ୍ୟୁ ତାତି ।

4-ଶୀତ ଅଧିବେଶନର ଦ୍ବିତୀୟ ଦିନ; ଗୃହରେ ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଗୃହରେ ହାଜତ ମୃତ୍ୟୁ ମାମଲା ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

5-ହାଜତ ମୃତ୍ୟୁ ମାମଲାରେ ଗର୍ଜିଲେ ନରସିିଂହ; ହାଥରସ ଘଟଣାରୁ ଅନୁପ୍ରାଣିତ ସରକାର

ଆଇନ ଶୃଙ୍ଖଳାକୁ ନେଇ ଗୃହରେ ଗର୍ଜିଲେ କଂଗ୍ରେସ ବିଧାନସଭା ଦଳର ନେତା ନରସିଂହ ମିଶ୍ର ।

6-୨୦୨୨ ସୁ୍‌ଦ୍ଧା ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲା ହେବ ମେଡିକାଲ ହବ । ସୂଚନା ଦେଲେ ଜିଲ୍ଲାପାଳ ।

7-ପୋଖରୀରେ ବୁଡି ଗୋଟିଏ ପରିବାରର 4 ଶିଶୁଙ୍କ ସଲିଳ ସମାଧି

ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇ ଗୋଟିଏ ପରିବାରର 4 ଜଣ ପିଲାଙ୍କ ମୃତ୍ୟୁ ହୋଇଛି ।

8-ଜୋରହାଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 10ରୁ ଊର୍ଦ୍ଧ୍ବ ଘର

ଆସାମ ଜୋରହାଟରେ ଭୟାବହ ଅଗ୍ନିକାଣ୍ଡ । 10ରୁ ଅଧିକ ଘର ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ।

9-ସୈଫଙ୍କ ଦୁଇ ପୁଅ ଅଭିନୟରେ କରିବେ କ୍ୟାରିୟର, ଖୁଲାସା କଲେ ଅଭିନେତା

ତୈମୁର ପିଲାବେଳୁ ଅଭିନେତା ହୋଇସାରିଥିବା ବେଳେ ଇବ୍ରାହିମ ଅଭିନେତା ହେବାକୁ ଚାହଁଥିବା କହିଲେ ସୈଫ ।

10-ବଲିଉଡ ଡ୍ରଗ୍ସ ଲିଙ୍କ: ଭାରତୀଙ୍କ ଘରେ ଏନସିବିର ଚଢାଉ

ଏଥର ଏନିସିବି ଯାଞ୍ଚରେ ଭାରତୀ ଓ ହର୍ଷ । ବଲିଉଡରେ ଚାଲିଥିବା ଡ୍ରଗ୍ସ କାରବାରରେ ସାମ୍ନାକୁ ଆସିଲା ଭାରତୀଙ୍କ ନାଁ ।

ABOUT THE AUTHOR

...view details