ଓଡିଶା

odisha

ETV Bharat / bharat

UP Assembly Election: ଝିଅ ବିଦା ପୂର୍ବରୁ ଭୋଟ କେନ୍ଦ୍ରରେ ପହଞ୍ଚିଲେ କନ୍ୟା

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏହାରି ଭିତରେ ବଧୂବେଶରେ ଜଣେ ଯୁବତୀ ଶାଶୁଘରକୁ ଯିବା ପୂର୍ବରୁ ମତଦାନ ବୁଥରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ

By

Published : Feb 20, 2022, 4:52 PM IST

newly wed bride cast her vote before leaving for in-law's house in uttarpradesh
UP Assembly Election:ଝିଅ ବିଦାବେଳେ ଭୋଟ କେନ୍ଦ୍ରରେ ପହଞ୍ଚିଲେ କନ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର 16 ଜିଲ୍ଲାରେ 59 ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଆଜି ସକାଳୁ ଭୋଟିଂ ବୁଥରେ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାରି ଭିତରେ ବଧୂବେଶରେ ଜଣେ ଯୁବତୀ ଫିରୋଜାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା 305 ମତଦାନ ବୁଥରେ ଭୋଟ ଦେବାପାଇଁ ପହଞ୍ଚିଥିଲେ।

UP Assembly Election:ଝିଅ ବିଦାବେଳେ ଭୋଟ କେନ୍ଦ୍ରରେ ପହଞ୍ଚିଲେ କନ୍ୟା

ସୂଚନା ଅନୁଯାୟୀ, ଉକ୍ତ ଯୁବତୀ ଜଣକ ଗତକାଲି ବିବାହ କରିଥିଲେ। ତେଣୁ ଆଜି ସକାଳେ ନିଜ ଶାଶୁଘରକୁ ଯିବା ପୂର୍ବରୁ ନିଜ ସ୍ବାମୀଙ୍କ ସହ ଆସି ଭୋଟ ଦେଇଥିଲେ ନବବଧୂ ଜଣକ। ମତଦାନ ସର୍ବସାଧାରଣଙ୍କ ଏକ ମୌଳିକ ଅଧିକାର। ତେଣୁ ଶାଶୁ ଘରକୁ ଯିବା ପୂର୍ବରୁ ସେ ନିଜର ମତାଧିକାର ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details