ଓଡିଶା

odisha

ETV Bharat / bharat

ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ସାଂସଦ, ଶିଶୁପୁତ୍ରକୁ ଦେଲେ ଜନ୍ମ

ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ସାଂସଦ । ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ସୂଚନା । ନ୍ୟୁଜିଲାଣ୍ଡରେ ଘଟିଛି ଘଟଣା । ସାହାସିକତା ପାଇଁ ଚାରିଆଡୁ ପ୍ରଶଂସା । ଅଧିକ ପଢନ୍ତୁ

By

Published : Nov 28, 2021, 8:31 PM IST

ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ସାଂସଦ, ଶିଶୁପୁତ୍ରକୁ ଦେଲେ ଜନ୍ମ
ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ ସାଂସଦ, ଶିଶୁପୁତ୍ରକୁ ଦେଲେ ଜନ୍ମ

ଓ୍ବିଲିଂଟନ: ପ୍ରସବ ଯନ୍ତ୍ରଣା ହେବାରୁ ନିଜେ ସାଇକେଲ ଚଲାଇ ହସ୍ପିଟାଲରେ ପହଞ୍ଚିଲେ ସାଂସଦ ଓ ଏକ ଶିଶୁକୁ ଜନ୍ମ ଦେଲେ । କଥାଟି ନିହାତି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏପରି ଏକ ଆଶ୍ଚର୍ଯ୍ୟଚକିତ କଲାପରି ଘଟଣା ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡରେ । ନ୍ୟୁଜିଲାଣ୍ଡ ଗ୍ରୀନର ସାଂସଦ ଜୁଲିଏ ଆନେ ଗେଣ୍ଟର (MP Julie Anne Genter) ନିଜେ ସାଇକେଲ ଚଳାଇ ହସ୍ପିଟାଲରେ ପହଞ୍ଚି ଏକ ଶିଶୁପୁତ୍ରକୁ ସୁରକ୍ଷିତ ଜନ୍ମ ଦେଇଛନ୍ତି ।

ସାଂସଦ ଜୁଲି ଆନ୍ ଜେଣ୍ଟର୍(MP Julie Anne Genter) ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ନିଜେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ତାଙ୍କ ନବଜାତ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ପ୍ରସବ କାଳରେ ନିଜ ସାଇକେଲ ଯାତ୍ରା ସମୟର ଅନୁଭୂତି ବର୍ଣ୍ଣନା କରି ଜେଣ୍ଟର କହିଛନ୍ତି ଏପରି ଏକ ଚରମ ସମ୍ବେଦନଶୀଳ ସମୟରେ ସାଇକେଲ ଚାଳନା କରିବା ତାଙ୍କ ପକ୍ଷେ ସହଜ ନଥିଲା, କିନ୍ତୁ ସେ ଭୟଭୀତ ନଥିବା କଥା କହିଛନ୍ତି । ହସ୍ପିଟାଲରେ ପହଞ୍ଚିବା ପରେ ରାତି ପ୍ରାୟ ୩ଟାରେ ସେ ଶିଶୁକୁ ଜନ୍ମ ଦେଇଛନ୍ତି ।

ପରଦିନ ଏହି ଖବର ପ୍ରସାରିତ ହେବା ପରେ ନ୍ୟୁଜିଲାଣ୍ଡବାସୀ ଆଶ୍ଚର୍ଯ୍ୟଚକିତ ହେବା ସହ ଏପରି ଅସାଧାରଣ ସାହାସିକତା ପାଇଁ ସାଂସଦଙ୍କ ନିକଟକୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details