ନୂଆଦିଲ୍ଲୀ: ଏଣିକି ଅନଲାଇନରେ ପଇଠ କରି ହେବ ଟ୍ୟାକ୍ସ । ଏନେଇ ଉନ୍ନତ ଇ-ଫାଇଲିଂ ୱେବସାଇଟରେ ଏକ ମୋବାଇଲ ଆପ୍ ଏବଂ ନୂତନ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜୁନ 18 ତାରିଖରୁ ଏହି ୱେବସାଇଟ ସକ୍ରିୟ ହେବ । ଶନିବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(CBDT)ପକ୍ଷରୁ ଏନେଇ ସୂଚନା ମିଳିଛି ।
ନୂତନ E-filing ଲିଙ୍କ -- www.incometax.gov.in HYPERLINK "http://existing ଜୁନ 7 ରୁ www.incometaxindiaefiling.gov.inକୁ ପରିବର୍ତ୍ତିତ ହେବ । ତେବେ CBDT ସ୍ପଷ୍ଟ କରିଛି ଯେ ଟ୍ୟାକ୍ସଦାତାଙ୍କ କୌଣସି ପ୍ରକାର ଅସୁବିଧା ଏଡାଇବାକୁ ଟ୍ୟାକ୍ସ କିସ୍ତି ପଇଠ ତାରିଖ ପୂର୍ବରୁ ଚଳିତ ମାସ 18 ତାରିଖରୁ ନୂତନ ଅନଲାଇନ ଟ୍ୟାକ୍ସ ଦେୟ ବ୍ୟବସ୍ଥା ଆରମ୍ଭ ହେବ ।