ଓଡିଶା

odisha

ETV Bharat / bharat

ଦେଶରେ ଅଣାୟତ୍ତ କୋରୋନା, 24 ଘଣ୍ଟାରେ 2,17,353 ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତ

ଗତ 24 ଘଣ୍ଟାରେ ଦେଶରେ ମୋଟ 2,17,353 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ ଗତ 24 ଘଣ୍ଟାରେ 2,17,353 ନୂଆ ଆକ୍ରାନ୍ତ ଚିହ୍ନଟ
ଦେଶରେ ଗତ 24 ଘଣ୍ଟାରେ 2,17,353 ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Apr 16, 2021, 10:43 AM IST

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ ନୂଆ 2 ଲକ୍ଷ 17 ହଜାର 353 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ 1185 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ସ୍ଥିତି ଆଡକୁ ଗତି କରିଛି । ପୁଣି ପୂର୍ବ ଅବସ୍ଥାକୁ ଗତି କରିବାରେ ଲାଗିଛି ସଂକ୍ରମଣ । ସଂକ୍ରମଣ ଅଣାୟତ୍ତ ସ୍ଥିତି ଆଡ଼କୁ ଗତି କରିବାରୁ ସରକାର ପୁଣି ସମସ୍ତ ନିୟମକୁ କଡାକଡି ଲାଗୁ କରିଛନ୍ତି । କିଛି ରାଜ୍ୟରେ ଲକଡାଉନ, ସଟଡାଉନ ସହିତ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ଏହାସହିତ ସରକାର ଦେଶବାସୀଙ୍କୁ କୋରୋନାର ସମସ୍ତ ନିୟମକୁ ସଠିକ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 42 ଲକ୍ଷ 91 ହଜାର 917ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 1 କୋଟି 25 ଲକ୍ଷ 47 ହଜାର 866 ଜଣ ।

ସେପଟେ ଏବେ ମଧ୍ୟ ଦେଶରେ 15 ଲକ୍ଷ 69 ହଜାର 743ଟି ସକ୍ରିୟ ମାମଲା ରହିଛି । ନୂଆ 1185 ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 74 ହଜାର 308ରେ ପହଞ୍ଚିଛି । ଏହାରି ମଧ୍ୟରେ ଦେଶରେ ଟୀକାକରଣ ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ଦେଶରେ 45 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଆଜି(ଶୁକ୍ରବାର) ସୁଦ୍ଧା ଦେଶରେ ମୋଟ 11 କୋଟି 72 ଲକ୍ଷ 23 ହଜାର 509 ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ABOUT THE AUTHOR

...view details