ଡେରାଡୁନ:ନୂଆ ଓ ଶକ୍ତିଶାଳୀ ଭାରତ ଶତ୍ରୁକୁ କଡା ଜବାବ ଦେବ । ଦେଶରେ ଯିଏ ଶାନ୍ତି ନଷ୍ଟ କରିବାକୁ ଚେଷ୍ଟା କରିବ ସେମାନଙ୍କୁ ଭାରତ କଢା ଜବାବ ଦେବ ଏବଂ ଶତ୍ରୁକୁ ଆଦୌ ନିସ୍ତାର ମିଳିବ ନାହିଁ । ଉତ୍ତରାଖଣ୍ଡ ପିଥୋରାଗଡରେ ଏକ ଶହୀଦ ସମ୍ମାନ ଯାତ୍ରାରେ ଯୋଗ ଦେଇ ଚୀନ୍ ଓ ପାକିସ୍ତାନକୁ ଏପରି ଚେତାବାନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ(Rajnath Singh) । ଭାରତରେ ଶାନ୍ତିରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ସବୁ ପ୍ରକାର ଉଦ୍ୟମ କରୁଛି କିନ୍ତୁ ଭାରତ ସେମାନଙ୍କୁ ସ୍ପଷ୍ଟ କରିଦେଉଛି ଯେ ଆମେ ଏହାର କଡା ଜବାବା ଦେବାକୁ କେବେ ବି ପଛାଇବୁନାହିଁ ।
ସେହିପରି ଚୀନର ନାଁ ନନେଇ କହିଥିଲେ, ଆମର ଆଉ ଜଣେ ପଡୋଶୀ ଅଛନ୍ତି ଯିଏ କିଛି ବିଝିପାରୁନଥିବା ମନେ ହେଉଛି । କୁମାୟୁଁ ବାଟାଲିୟନକୁ ପ୍ରଶଂସା କରି ରାଜନାଥ କହିଥିଲେ ଯେ ରେଜାଙ୍ଗଲା ଯୁଦ୍ଧରେ ଏହି ବାଟାଲିୟନର ୧୧୪ ଯବାନ ଶହୀଦ ହେବା ପୂର୍ବରୁ ଚୀନର ୧୨୦୦ ସୈନିକଙ୍କୁ ହତ୍ୟା କରିଥିଲେ । ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁମାୟୁଁ ବାଟାଲିୟନର ୧୨୪ଜଣ ଯବାନ ଯେଉଁ ପରାକ୍ରମ ଦେଖାଇଥିଲେ ତାହା କେବେବି ଭୁଲି ହେବନାହିଁ ।