ଓଡିଶା

odisha

ETV Bharat / bharat

PM Modi in Andhra Pradesh: ଅଲ୍ଲୁରୀ ସୀତାରାମ ରାଜୁ ଆମ ପାଇଁ ପ୍ରେରଣା: ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଭୀମାୱରମ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ(Alluri Sitarama Raju in Bhimavaram) ଙ୍କ 125 ତମ ଜନ୍ମ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ମୋଦି
ମୋଦି

By

Published : Jul 4, 2022, 6:54 PM IST

ଅମରାବତୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆନ୍ଧ୍ର ପ୍ରଦେଶ ଭୀମାୱରମ(Bhimavaram) ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ(Alluri Sitarama Raju in Bhimavaram) ଙ୍କ 125 ତମ ଜନ୍ମ ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କ ଏକ ପ୍ରତିମୂର୍ତ୍ତୀ ଅନାବରଣ ମଧ୍ୟ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସ୍ବାଧୀନତା ସଂଗ୍ରାମ କେବଳ କିଛି ବର୍ଷ ପାଇଁ କିଛି ଅଞ୍ଚଳ ପାଇଁ କିଛି ଲୋକ ଇତିହାସ ନୁହେଁ । ଏହି ଇତିହାସ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ଲମ୍ବି ଥିବା ସଂଗ୍ରାମ, ସଂଘର୍ଷ, ତପସ୍ୟା ଓ ବଳିଦାନର ଇତିହାସ । ଯାହାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଲ୍ଲୁରୀ ସୀତାରାମ ରାଜୁ ।"

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଜୀବନ ଯାତ୍ରା ଆମ ପାଇଁ ପ୍ରେରଣା । କାରଣ ତାଙ୍କ ପାଖରେ କଳା, ସଂସ୍କୃତି, ଦେଶପ୍ରେମ, ଆଦିବାସୀ ପରିଚୟର ଭଣ୍ଡାର ଥିଲା । ଆଦିବାସୀ ସମାଜ ପାଇଁ ସେ ତ୍ୟାଗ, ପ୍ରେରଣା, ବଳିଦାନ ଓ ସମର୍ପଣର ଛାପ ଛାଡି ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ସେତେବେଳେ ସ୍ବାଧୀନତା ଆନ୍ଦୋଳନକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଯୁବକ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହେଉଥିଲେ । ବର୍ତ୍ତମାନ ନୂଆ ଇଣ୍ଡିଆ ନିର୍ମାଣର ସ୍ବପ୍ନ ସାକାର ପାଇଁ ଯୁବଶକ୍ତିଙ୍କ ଭୂମିକା ନିର୍ଣ୍ଣୟ ହେବ । ତାଙ୍କର ଦକ୍ଷତା, ଜ୍ଞାନ, କଠିନ ପରିଶ୍ରମ ଭାରତକୁ ନୂଆ ପରିଚୟ ଦେବ । ଏଥିପାଇଁ ସରକାର ଅନେକ ଯୋଜନା ସହ ଲକ୍ଷ୍ୟ ନେଇ କାମ କରୁଛନ୍ତି ବୋଲି ମୋଦି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ, ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳ, କେନ୍ଦ୍ରୀୟ ମନ୍ତ୍ରୀ , ବିଧାୟକ ଓ ଅନେକ ବିଶିଷ୍ଟ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

ପରେ ପ୍ରଧାନମନ୍ତ୍ରୀ ମୋଦି ଆନ୍ଧ୍ର ପ୍ରଦେଶର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପାସାଲ କ୍ରୀଷ୍ଣ ମୂର୍ତ୍ତି (Pasala Krishna Murthy )ଙ୍କ ପରିବାରଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି । ମୋଦି ସ୍ବାଧୀନତା ସଂଗ୍ରାମୀ ପାସାଲ କ୍ରୀଷ୍ଣ ମୂର୍ତ୍ତିଙ୍କ ଝିଅ ପାସଲା କୃଷ୍ଣ ଭାରତୀ(Pasala Krishna Bharathi) ଓ ତାଙ୍କ ଭଉଣୀ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ମୋଦି ପାସଲା କୃଷ୍ଣ ଭାରତୀଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଯାହାର ଦୃଶ୍ୟ ଏବେ ବେଶ ଭାଇରାଲ ହେବାକୁ ଲାଗିଛି ।

ABOUT THE AUTHOR

...view details