ନୂଆଦିଲ୍ଲୀ:ଦୀର୍ଘ ଦଶ ବର୍ଷ ଧରି ଭାରତରେ ଲୁଚିଥିବା ଜଣେ ବାଂଲାଦେଶୀ ଅପରାଧୀକୁ ଗିରଫ କଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ସମ୍ପୃକ୍ତ ଅପରାଧୀ ଜଣକ ବାଂଲାଦେଶରେ ଏକ ହତ୍ୟା ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଦଶ ବର୍ଷ ଧରି ଭାରତରେ ଲୁଚି ରହିଥିଲା । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଖାନପୁର ଅଞ୍ଚଳରୁ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି । ସମ୍ପୃକ ଅପରାଧୀର ନାମ ମାସୁମ ଏବଂ ତାକୁ ଧରିବା ପାଇଁ ବାଂଲାଦେଶୀ ପୋଲିସ ପକ୍ଷରୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣୀ ହୋଇଥିଲା ।
ସୂଚନା ଅନୁଯାୟୀ, 2005 ମସିହାରେ ମାସୁମ ଓ ତା'ର ଚାରିଜଣ ସହଯୋଗୀ ମିଶି ବାଂଲାଦେଶର ଏକ ବଜାରରୁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଅପହରଣ କରି ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତଙ୍କୁ ବାଂଲାଦେଶ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । 2013 ମସିହାରେ କୋର୍ଟ ଏହି ମାମଲାର ଶୁଣାଣି କରି ମାସୁମକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିବାବେଳେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।