ଜୟପୁର:ରାଜସ୍ଥାନରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି (ବୁଧବାର) ଓମିକ୍ରନ୍ ଭାରିଏଣ୍ଟର 22 ଟି ନୂଆ ମାମଲା ଦେଖିବାକୁ ମିଳିଛି ରାଜସ୍ଥାନରେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଜମେରରେ ସର୍ବାଧିକ 10 ଜଣ ଆକ୍ରାନ୍ତ ଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ କହିଛି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ଓମିକ୍ରନ୍ ଭ୍ୟାରିଏଣ୍ଟ 10 ଜଣ ଆକ୍ରାନ୍ତ ଅଜମେରରୁ, ଜୟପୁରରୁ 9 ଆକ୍ରାନ୍ତ, ଭିଲୱାଡାରୁ 2 ଜଣ ଏବଂ ଯୋଧପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ବିଦେଶାଗତ ମଧ୍ୟ ରହିଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଥିବା ଅନୁମାନ କାରଯାଉଛି । ରାଜସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ 68 ଓମିକ୍ରନ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ 39 ଜଣ ଜୟପୁରର, ୪ ଜଣ ସିକରରୁ, 17 ଜଣ ଅଜମେରରୁ 4 ଜଣ, ଉଦୟପୁରରୁ 4 ଜଣ, ଭିଲୱାଡାର ଦୁଇଜଣ ଯୋଧପୁର ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।