ମୁମ୍ବାଇ:2013 କର୍ମକ୍ଷେତ୍ର ଅଧିନିୟମରେ ମହିଳାଙ୍କ ଯୌନ ନିର୍ଯାତନା ରୋକିବା ସମ୍ବନ୍ଧୀୟ ମାମଲାର ଶୁଣାଣି, କାରବାର ଏବଂ ରିପୋର୍ଟ ପାଇଁ ବମ୍ବେ ହାଇକୋର୍ଟ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜଷ୍ଟିସ ଜିଏସ ପଟେଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହିପରି ସମସ୍ତ ମାମଲା 'ବନ୍ଦ କୋଠରୀରେ' କିମ୍ବା ବିଚାରପତିଙ୍କ ଚାମ୍ବରରେ ଶୁଣାଣି ହେ ବ। ଖୋଲା କୋର୍ଟରେ ଅର୍ଡର ପାସ୍ ହୋଇପାରିବ ନାହିଁ କିମ୍ବା ହାଇକୋର୍ଟର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ ହୋଇପାରିବ ନାହିଁ ।
ଏହାସହିତ କୋର୍ଟଙ୍କ ବିନା ଆଦେଶରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ସମ୍ବନ୍ଧୀୟ ରିପୋର୍ଟିଂ କରିପାରିବେ ନାହିଁ । ଜଷ୍ଟିସ୍ ପଟେଲଙ୍କ ଆଦେଶ ଅନୁସାରେ ଏହି ମାମଲାରେ ଅନ୍ୟାନ୍ୟ ବିବରଣୀ ପ୍ରକାଶ କୋର୍ଟର ନିର୍ଦ୍ଦେଶକୁ ଅବମାନନା ପରି ହେବ ବୋଲି କୋର୍ଟ କହିଛନ୍ତି । ଏପରି ମାମଲାଗୁଡ଼ିକ ପାଇଁ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ନାହିଁ, ତେଣୁ ସେମାନଙ୍କର ପ୍ରାଥମିକ ଆଦେଶ ଭବିଷ୍ୟତର ଆଦେଶ, ଶୁଣାଣିକୁ ପରିଚାଳନା କରିବ ଏବଂ ଆବଶ୍ୟକତା ଅନୁସାରେ ଏହାକୁ ପରିବର୍ତ୍ତିତ କରାଯିବ । ଏହି ମାମଲାଗୁଡିକରେ ଦୁଇ ପକ୍ଷ କିମ୍ବା ସାକ୍ଷୀଙ୍କ କୌଣସି ବୟାନର ଖୁଲାସା କରିପାରିବେ ନାହିଁ ଗଣମାଧ୍ୟମ ସଂସ୍ଥା ।