ଡେରାଡୁନ:ପ୍ରସିଦ୍ଧ କୁମ୍ଭ ମେଳା ଆରମ୍ଭ ହୋଇଛି । ମେଳା ଦେଖିବା ପାଇଁ ଉତ୍ତରାଖଣ୍ତ ଆସିଛନ୍ତି ନେପାଳ ରାଜା । ନେପାଳର ଶେଷ ରାଜା ଜ୍ଞାନେନ୍ଦ୍ର ଭୀର ବିକ୍ରମ ସିଂ ଉତ୍ତରାଖଣ୍ଡର ହରିଦ୍ୱାରରେ ପହଞ୍ଚି ସହରରେ ଚାଲିଥିବା କୁମ୍ବ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅଖାରାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୈଳାଶ ନନ୍ଦ ଗିରି ମହାରାଜଙ୍କୁ ଦକ୍ଷିଣ କାଳୀ ମନ୍ଦିରରେ ଭେଟି ଆର୍ଶୀବାଦ ନେଇଥିଲେ । ପରେ ରାଜା କାଳୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ପ୍ରଥମ ଥର ପାଇଁ ସେ କୁମ୍ଭମେଳାରେ ଅଂଶ ଗ୍ରହଣ କରିଛନ୍ତି । ରାଜାଙ୍କ ଆଗମନକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ପ୍ରଥମଥର ପାଇଁ କୁମ୍ଭ ମେଳାରେ ନେପାଳ ରାଜା
ପ୍ରସିଦ୍ଧ କୁମ୍ଭ ମେଳା ଆରମ୍ଭ ହୋଇଛି । କୁମ୍ଭ ମେଳା ବୁଲିବାକୁ ଆସିଛନ୍ତି ନେପାଳ ରାଜା । ଅଧିକ ପଢନ୍ତୁ...
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବାତ ରାଜାଙ୍କୁ ଆଗମନକୁ ସ୍ୱାଗତ କରିଥିଲେ। ତାଙ୍କୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ରାଜା । ଆଜି (ସୋମବାର) ନେପାଳ ରାଜା ରାଜକୀୟ ଶୋଭାଯାତ୍ରାରେ ଯାଇ ଗଙ୍ଗାରେ ବୁଡ ପକାଇବା ସହ ସାଧୁସନ୍ଥଙ୍କ ଆର୍ଶୀବାଦ ଲାଭ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ନେପାଳ ରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯେ ଦେବଭୂମି ଏକ ଶାନ୍ତିପୂର୍ଣ୍ଣ ସ୍ଥାନ। କୁମ୍ଭ ସମୟରେ ତାଙ୍କର ଭାରତ ଗସ୍ତ ଭାରତ ଓ ନେପାଳର ସମ୍ପର୍କ ଆହୁରି ମଜବୁତ କରିବ ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଲୋକଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ ସେ ପ୍ରାର୍ଥନା କରିଥିଲେ । ଚଳିତ ବର୍ଷ କୁମ୍ଭ ମେଳା ଏପ୍ରିଲ 1 ରୁ 30 ପର୍ଯ୍ୟନ୍ତ ହରିଦ୍ୱାରରେ ଅନୁଷ୍ଠିତ ହେବ। ସାଧାରଣ ପରିସ୍ଥିତିରେ କୁମ୍ବ ମେଳା ପ୍ରାୟ ଚାରିମାସ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ କୋରୋନା ପାଇଁ ଚଳିତ ବର୍ଷ ଏକମାସ ଧରି ଏହି ମେଳା ଚାଲିବ ।
@ ANI