ଓଡିଶା

odisha

ETV Bharat / bharat

ଭାଙ୍ଗିଗଲା NEET ସ୍ବପ୍ନ: ପୁଅ ପରେ ଜୀବନ ହାରିଲେ ବାପା, ଷ୍ଟାଲିନ୍‌ କହିଲେ ଯୁବଗୋଷ୍ଠୀଙ୍କୁ ରହିଛି ଆତ୍ମବିଶ୍ବାସର ଆବଶ୍ୟକତା - neet aspirant commits suicide

NEETରେ କୃତକାର୍ଯ୍ୟ ନହେବାରୁ ଜୀବନ ହାରିଲେ ତାମିଲନାଡୁର ଯୁବକ। ପରେ ପରେ ଜୀବନ ହାରିଲେ ମୃତ ଯୁବକଙ୍କ ବାପା। ଅଧିକ ପଢନ୍ତୁ

ପରୀକ୍ଷାରେ ବିଫଳ ହୋଇ ଜୀବନ ହାରିଲେ ଯୁବକ
ପରୀକ୍ଷାରେ ବିଫଳ ହୋଇ ଜୀବନ ହାରିଲେ ଯୁବକ

By

Published : Aug 14, 2023, 5:06 PM IST

Updated : Aug 14, 2023, 5:24 PM IST

ଚେନ୍ନାଇ:ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍( NEET)ରେ କୃତକାର୍ଯ୍ୟ ନହେବାରୁ ଜୀବନ ହାରିଲେ ଯୁବକ। ପୁଅର ଅକାଳ ବିୟୋଗ ସହି ନପାରି 2 ଦିନ ପରେ ଜୀବନ ହାରିଲେ ବାପା। ଏହିଭଳି ଭାବେ ଗୋଟିଏ ସପ୍ତାହରେ ପରିବାରର ଦୁଇ ଦୁଇଟି ଜୀବନ ଦ୍ବୀପ ଲିଭି ଯାଇଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କ୍ରୋମପେଟଠାରେ। ଯୁବକ ଜଣକ ହେଉଛନ୍ତି ଏସ ଜଗଦୀଶ୍ବରନ। ତାଙ୍କ ବୟସ 19 ବର୍ଷ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜଗଦୀଶ୍ବରନ ପୂର୍ବରୁ ମଧ୍ୟ ଥରେ ନିଟ୍ ପରୀକ୍ଷା ଦେଇଥିବାବେଳ କୃତକାର୍ଯ୍ୟ ହୋଇନଥିଲେ। ପୁଣି ଦ୍ବିତୀୟ ଥର ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନପାରିବାରୁ ସେ ମାନସିକ ଦୁଶ୍ଚିନ୍ତା ଭିତରେ ରହୁଥିଲେ।

ସୂଚନା ଅନୁସାରେ, ଜଗଦୀଶ୍ବରନ ଥରେ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବାବେଳେ କୃତକାର୍ଯ୍ୟ ହୋଇନଥିଲେ। ତେଣୁ ପୁନର୍ବାର ସେ ନିଟ୍ ପରୀକ୍ଷା ଦେଇଥିଲେ ଜଗଦୀଶ୍ବରନ। କୃତକାର୍ଯ୍ୟ ହେଲେ ଡାକ୍ତରୀ ପଢିବାକୁ ସେ ସ୍ବପ୍ନ ଦେଖିଥିଲେ। ହେଲେ ଚଳିତ ବର୍ଷ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟରେ ଜଗଦୀଶ୍ବରନଙ୍କ ନାଁ ନଥିଲା । ଯାହାକୁ ନେଇ ସେ ଭାଙ୍ଗିପଡିଥିଲେ । ମାନସିକ ଭାବେ ଚାପଗ୍ରସ୍ତ ହୋଇ ରହିବା ପରେ ଶେଷରେ ଜୀବନ ହାରିଛନ୍ତି। ଏକ ବନ୍ଦ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ଜଗଦୀଶ୍ବରନଙ୍କ ପିତାଙ୍କୁ ବେଶ ଆଘାତ ଦେଇଥିବାବେଳେ ସେ ମଧ୍ଯ ଜୀବନ ହାରିଛନ୍ତି ।


ଏହା ମଧ୍ୟ ପଢନ୍ତୁ...+2 ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ର

ସେପଟେ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେ କହିଛନ୍ତି, "କ୍ରୋମପେଟର ନିଟ୍ ପରୀକ୍ଷାର୍ଥୀଙ୍କ ଅକାଳ ବିୟୋଗ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ପରିବାର ଏବଂ ଆତ୍ମୀୟ ସ୍ବଜନଙ୍କୁ ସମବେଦନା ଜଣାଉଛି । ଏହିଭଳି ପରିସ୍ଥିତିରେ ଶୋକ ସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଆଶ୍ଚର୍ଯ୍ୟ ଲାଗୁଛି ଯେ, ଯେଉଁ ବ୍ରିଲିଆଣ୍ଟ୍‌ ପିଲାମାନେ ଡାକ୍ତରୀ ପଢିବାକୁ ମନ ବଳାଉଛନ୍ତି ସେମାନଙ୍କ ନାଁ ସୁଇସାଇଡ ଲିଷ୍ଟରେ ଯୋଡି ହୋଇଛି । ଯଦି କ୍ରମାଗତ ଏଭଳି ଘଟଣା ଘଟେ ତେବେ ନିଟକୁ ବ୍ୟାନ କରାଯିବ । କିଛି ଦିନ ମଧ୍ୟରେ ରାଜ୍ୟରେ ଆମେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛୁ । ସେହି ସମୟରେ NEET ପରୀକ୍ଷା ଢାଞ୍ଚା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।" ସେହିପରି ଡାକ୍ତରୀ ତଥା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ତଥା ଏଭଳି ପଦକ୍ଷେପ ନେବାରୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେପଟେ 2 ଦିନ ତଳେ ରାଜସ୍ଥାନର କୋଟାରୁ ସମାନ ଘଟଣା ସାମନାକୁ ଆସିଥିଲା। ଉତ୍ତରପ୍ରଦେଶ ଆଜମଗଡ଼ର ମନୀଷ ପ୍ରଜାପତି ପରୀକ୍ଷାରେ ବିଫଳ ହୋଇ ଜୀବନ ହାରିଛନ୍ତି। ଗତ ୬ ମାସ ଧରି ସେ କୋଟାର ଏକ ଘରୋଇ କୋଚିଂ ଇନଷ୍ଟିଚ୍ୟୁଟରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସପ୍ତାହକ ମଧ୍ୟରେ କୋଟାରେ 3ଜଣ ଛାତ୍ର ଜୀବନ ହାରିଥିବାବେଳେ ପୁଣି ଥରେ ତାମିଲନାଡୁରେ ମଧ୍ୟ ସେହିଭଳି ଏକ ଘଟଣା ଘଟିଛି ।

Last Updated : Aug 14, 2023, 5:24 PM IST

ABOUT THE AUTHOR

...view details