ଚେନ୍ନାଇ:ତାମିଲନାଡୁରେ ଦ୍ବାଦଶ ଶ୍ରେଣୀରେ ଟପ୍ପର ଆସିଥିବା ଛାତ୍ରୀଙ୍କ ଆତ୍ମହତ୍ୟା । ଭଙ୍ଗା ସ୍ବପ୍ନଠାରୁ ତାଙ୍କୁ ମୃତ୍ୟୁ ଲାଗିଛି ସରଳ । ଚଳିତ ଡାକ୍ତରୀ ପ୍ରବେଶ ପରୀକ୍ଷା NEETରେ ଆଶା ମୁତାବକ ଭଲ ପ୍ରଦର୍ଶନ ନ କରିବାରୁ ସେ ଏପରି କରିଛନ୍ତି । ପରୀକ୍ଷା ଖରାପ ହୋଇଥିବାରୁ କାଳେ ଡାକ୍ତର ହୋଇପାରିବେ ନାହିଁ ଭାବି ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ତାମିଲନାଡୁର ଏହି ଛାତ୍ରୀ ଜଣକ ସୋମବାର ଦଉଡି଼ ଲଗାଇ ଆତ୍ମହତ୍ୟା କରିଛନ୍ତି । ରବିବାର ପରୀକ୍ଷା ଦେଇ ଆସିବା ପରେ ସେ ଭଲ ପ୍ରଦର୍ଶନ କରିନଥିବା ନିଜ ପିତାମାତାଙ୍କୁ କହିଥିଲେ । ଏହା ତାଙ୍କୁ ଏତେ ବିଚଳିତ କରିଥିଲା ଯେ ଡାକ୍ତର ନ ହୋଇପାରିବା ଭୟରେ ଶେଷରେ ସେ ବାଛିଥିଲେ ମୃତ୍ୟୁର ରାସ୍ତା । ଦ୍ବାଦଶ ପରୀକ୍ଷାରେ ୯୩.୬ ପ୍ରତିଶତ ରଖି ଛାତ୍ରୀଙ୍କ ହସ ହସ ମୁହଁ ଆଜି ଅବାକ ହୋଇଯାଇଛି । ଛାତ୍ରୀ ଜଣକ ରାଜ୍ୟର ସାଲେମ ଅଞ୍ଚଳର ବୋଲି ଜଣାପଡ଼ିଛି ।