ଓଡିଶା

odisha

ETV Bharat / bharat

INSPIRATION ! ଅସହାୟଙ୍କ ସାହାରା ‘ସହାୟ’; ଭୋକିଲାଙ୍କୁ ଦେଉଛି ଆହାର

ଅଭାବୀ ଦରିଦ୍ରଙ୍କ ମୁହଁରୁ ଆହାର ଛଡେଇନେଇଛି ଲକଡାଉନ । ହେଲେ ଏଭଳି ସଙ୍କଟ ସ୍ଥିତିରେ ଅସହାୟ ଲୋକଙ୍କୁ ଖାଦ୍ୟ ପରଷୁଛି ଏକ ବୃହତ ସ୍ବେଚ୍ଛାସେବୀ ସଙ୍ଗଠନ ‘ସହାୟ’ । ଦେଖନ୍ତୁ ଏହି ପ୍ରେରଣାଦାୟୀ ରିପୋର୍ଟ ...

ଅସହାୟଙ୍କ ସାହାରା ‘ସହାୟ’ , ଭୋକିଲାଙ୍କୁ ଦେଉଛି ଆହାର
ଅସହାୟଙ୍କ ସାହାରା ‘ସହାୟ’ , ଭୋକିଲାଙ୍କୁ ଦେଉଛି ଆହାର

By

Published : Jun 17, 2021, 9:51 PM IST

ଚିକମଗଲୁରୁ: ମହାମାରୀ ରୋକିବାକୁ ଲାଗୁ ରାଜ୍ୟବ୍ୟାପୀ ଲକଡାଉନ ପ୍ରହାରରେ ଗୁରୁତର ଜନଜୀବନ । ବିଶେଷ କରି ଦିନ ମଜୁରିଆ ଓ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀ ନାହିଁ ନଥିବା ସମସ୍ୟାର ହେଉଛନ୍ତି ସମ୍ମୁଖୀନ । ଆଖି ଆଗରେ ଜୀବିକା ଚାଲିଯାଉଥିବାବେଳେ ହାତ ଖାଲି ଯୋଗୁଁ ପେଟକୁ ମିଳୁନି ଦାନା । ଅଭାବୀ ଦରିଦ୍ରଙ୍କ ମୁହଁରୁ ଆହାର ଛଡେଇନେଇଛି ଲକଡାଉନ । ହେଲେ ଏଭଳି ସଙ୍କଟ ସ୍ଥିତିରେ ଅସହାୟ ଲୋକଙ୍କୁ ଖାଦ୍ୟ ପରଷୁଛି କର୍ଣ୍ଣାଟକ ଚିକମଗଲୁରୁ ଜିଲ୍ଲାର ଏକ ବୃହତ ସ୍ବେଚ୍ଛାସେବୀ ସଙ୍ଗଠନ ‘ସହାୟ’ ।

ଭୋକରେ ଶୋଇବେନି ଅଭାବୀ-ଗରିବ ଲୋକ । ଏବେ ‘ସହାୟ’ ଟିମ ସେମାନଙ୍କ ପେଟ ପୁରାଇବାକୁ ଘରେ ଘରେ ପହଞ୍ଚାଉଛି ଖାନା । ଭୋକିଲାଙ୍କ ଭଗବାନ ସାଜି ଏହି ଟିମର ସଦସ୍ୟ ପ୍ରତିଟି ଭୋକିଲାଙ୍କ ଦ୍ବାର ପାଖରେ ଯୋଗାଉଛନ୍ତି ଖାଦ୍ୟ ପୁଡିଆ ।

INSPIRATION ! ଅସହାୟଙ୍କ ସାହାରା ‘ସହାୟ’ , ଭୋକିଲାଙ୍କୁ ଦେଉଛି ଆହାର

ଚିକମଗଲୁରୁର ସହାୟ ଟିମ ଜିଲ୍ଲାର ଅଭାବୀ ଲୋକଙ୍କୁ ଭୋଜନ କିଟ ଯୋଗାଇଥାନ୍ତି । ସାହାଯ୍ୟ ପାଇଁ ଲୋକ ‘ସହାୟ’କୁ ଗୁହାରି କରନ୍ତି । ଆଉ ଲୋକଙ୍କୁ ଡାକ ଶୁଣି ଦେବଦୂତ ଭଳି ମାଗଣା ଖାଦ୍ୟ ନେଇ ପହଞ୍ଚିଯାଆନ୍ତି ଏହି ଗ୍ରୁପର ଯୁବପିଢି । ଗରିବ , ଦରିଦ୍ର, ଅଭାବୀ ଲୋକଙ୍କ ବ୍ୟତୀତ ରୋଜଗାର ହରାଇଥିବା ବେରୋଜଗାରଙ୍କୁ ବି ଖାଦ୍ୟ କିଟ ବଣ୍ଟନ କରୁଛି ‘ସହାୟ’ । ଏପରିକି ହସ୍ପିଟାଲ ଯାଉଥିବା ଲୋକ, ବିଶେଷ କରି କୋଭିଡ ରୋଗୀଙ୍କ ଭୋକ ମେଣ୍ଟାଇବାକୁ ଦାୟିତ୍ବ ମୁଣ୍ଡାଇଛି ଏହି ସଂସ୍ଥା ।

କୌଣସି ଲୋକ ଯେପରି ଭୋକରେ ନ ରହିବ , ତା ହେଉଛି ସହାୟ ଟିମର ମୁଖ୍ୟ ଉଦ୍ଦେଶ୍ୟ । ଏହି ଟିମ ଉପଲ୍ଲୀରେ ଭୋଜନ ପ୍ରସ୍ତୁତ କରି ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଯୋଗାଣ କରିଥାଏ ।

ଯଦି କେହି ଖାଦ୍ୟ ଚାହୁଁଛନ୍ତି , ତେବେ ସେ କେବଳ ସହାୟ ଟିମକୁ କଲ କରି ନିଜ ଆବଶ୍ୟକତା ବିଷୟରେ ସୂଚନା ଦେଇଥାଏ । ଯଦି କାହାକୁ ଆସନ୍ତା ଦିନ ସକାଳେ ଜଳଖିଆ ଦରକାର , ସେ ରାତିରେ ସୂଚିତ କରିବାକୁ ପଡିବ । ଏଭଳି ଭାବେ ଦ୍ବିପ୍ରହର ହେଉ କି ରାତି , ବାସ କିଛି ଘଣ୍ଟା ପୂର୍ବରୁ କଲ କିମ୍ବା ମେସେଜ କରି ଟିମକୁ ସୂଚନା ଦେଲେ , ସେମାନେ ପ୍ରସ୍ତୁତ କରିଦିଅନ୍ତି ଖାଦ୍ୟ ।

ଭୋଜନ ବଣ୍ଟନ ପୂର୍ବରୁ ପ୍ରଥମେ ଭଲ ଭାବେ ସବୁ କିଛି ପ୍ରସ୍ତୁତି କରିଥାଏ ଟିମ । କେଉଁ ରୁଟରେ ଲୋକ ଯିବେ , କାହା ପାଖରେ ଖାଦ୍ୟ ପହଞ୍ଚିବ ସେସବୁ ନିଷ୍ପତ୍ତି ନେଇ ପରସ୍ପର ଭିତରେ କାମ ବାଣ୍ଟିଥାନ୍ତି ସଦସ୍ୟମାନେ । ତେବେ ଏହି ସଂସ୍ଥାର ସଦସ୍ୟ ଯାହା କରୁଛନ୍ତି, ତାହା ବାସ୍ତବରେ ପ୍ରଂଶସନୀୟ । ଏଭଳି ମହତ କାମ ଆଗକୁ ମଧ୍ୟ ଜାରି ରହିଥାଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details