ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଏକ ଦୁଃଖଦ ଖବର ଶୁଣିବାକୁ ମିଲିଛି । ଗୁଳିମାଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖାର୍କିଭ ସହରରେ ଏହି ଅଘଟଣ ଘଟିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି ।
ପ୍ରାଣ ହରାଇଥିବା ଛାତ୍ରଙ୍କ ନାମ ନବୀନ ଓ ସେ କର୍ଣ୍ଣାଟକର ହାଭେରୀ ଜିଲ୍ଲା ଚେଲାଗେରି ଗାଁ ବାସିନ୍ଦା । ନବୀନ ଉଚ୍ଚଶିକ୍ଷା ପାଇଁ ୟୁକ୍ରେନ ଯାଇଥିବାବେଳେ 4ର୍ଥ ବର୍ଷର ଛାତ୍ର ଭାବେ ସେଠାରେ ଅଧ୍ୟୟନ କରୁଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।