ଓଡିଶା

odisha

ETV Bharat / bharat

15ତମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ସହ ପ୍ରମାଣପତ୍ର ପ୍ରଦାନ କଲେ ରିଟର୍ଣ୍ଣିଂ ଅଧିକାରୀ

ଦ୍ରୌପଦୀ ମୁର୍ମୁଙ୍କୁ ଆନୁଷ୍ଠାନିକ ଭାବେ ବିଜେତା ଘୋଷଣା କଲେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ । ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ପ୍ରଦାନ କଲେ ପ୍ରମାଣପତ୍ର । ମୁର୍ମୁଙ୍କୁ ମିଳିଛି 64.03 ପ୍ରତିଶତ ସହ 6,76,803 ଭୋଟ । ଅଧିକ ପଢନ୍ତୁ

By

Published : Jul 21, 2022, 11:01 PM IST

15ତମ ରାଷ୍ଟ୍ରପତି ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ, ଆନୁଷ୍ଠାନିକ ଘୋଷଣା କଲେ ରିଟର୍ଣ୍ଣିଂ ଅଧିକାରୀ
15ତମ ରାଷ୍ଟ୍ରପତି ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ, ଆନୁଷ୍ଠାନିକ ଘୋଷଣା କଲେ ରିଟର୍ଣ୍ଣିଂ ଅଧିକାରୀ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଗଣତନ୍ତ୍ରର 15ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତୃତୀୟ ରାଉଣ୍ଡରେ ଫଳାଫଳ ସ୍ପଷ୍ଟ ହୋଇଯାଇଥିବା ବେଳେ ଗଣତି ଶେଷରେ ତାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜେତା ଘୋଷଣା କରାଯାଇଛି । ସମ୍ପୂର୍ଣ୍ଣ ନିର୍ବାଚନର ପରିଚାଳନା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ରାଜ୍ୟସଭା ସଚିବ ପି.ସି ମୋଦି ଦ୍ରୌପଦୀଙ୍କୁ ବାସଭବନରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ମୁର୍ମୁଙ୍କୁ ମୋଟ 64.03 ପ୍ରତିଶତ ସହ 6,76,803 ଭୋଟ ମିଳିଛି । ସେହିପରି ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନା 35.97 ପ୍ରତିଶତ ସହ ମୋଟ 3,80,177 ଭୋଟ ପାଇଛନ୍ତି । ଗଣତି ବେଳେ ପ୍ରଥମେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡରୁ ବଡ ବ୍ୟବଧାନରେ ଆଗରେ ଥିଲେ ମୁର୍ମୁ । ପରେ ପର୍ଯ୍ୟାୟକ୍ରମେ ବିଧାନସଭା ଭୋଟ ଗଣତି ହୋଇଥିଲା । ତୃତୀୟ ରାଉଣ୍ଡରେ ସେ ବିଜୟୀ ହେବା ପାଇଁ ଆବଶ୍ୟକୀୟ ମ୍ୟାଜିକ ନମ୍ବର ଅତିକ୍ରମ କରିଥିଲେ ।

ଶୁଭେଚ୍ଛା ସହ ପ୍ରମାଣପତ୍ର ପ୍ରଦାନ କଲେ ରିଟର୍ଣ୍ଣିଂ ଅଧିକାରୀ

ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ଭାବେ ସର୍ବୋଚ୍ଚ ସମ୍ବାଧାନିକ ପଦବୀରେ ବସିବେ ମୁର୍ମୁ । ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦେଶ ଓ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ମାସ 24 ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ 25ରେ 15ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ମୁର୍ମୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details