ଓଡିଶା

odisha

ETV Bharat / bharat

ଭଗବାନ ନୁହେଁ ମୋଦିଙ୍କ ଫଟୋକୁ ପୂଜା କଲେ NCP ନେତ୍ରୀ, ଜାଣନ୍ତୁ କାହିଁକି ?

ଦରଦାମ ବୃଦ୍ଧି ନେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି ଏନସିପି । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ଫଟୋକୁ ଏନସିପି ନେତା ପୂଜା କରିଛନ୍ତି । ଅଧିକ ପଢନ୍ତୁ...

By

Published : Aug 12, 2021, 1:43 PM IST

ମୋଦିଙ୍କ ଫଟୋକୁ ପୂଜା କଲେ ଏନସିପି ନେତ୍ରୀ; ଜାଣନ୍ତୁ କାହିଁକି
ମୋଦିଙ୍କ ଫଟୋକୁ ପୂଜା କଲେ ଏନସିପି ନେତ୍ରୀ; ଜାଣନ୍ତୁ କାହିଁକି

ମୁମ୍ବାଇ:ମୋଦିଙ୍କ ଫଟୋକୁ ପୂଜା କରାଯାଉଛି । କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ମାୟାନଗରୀରେ । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ନେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି ଏନସିପି । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ଫଟୋରେ ଏନସିପିର ମହିଳା ନେତ୍ରୀ ମମତା ଶର୍ମା ଫୁଲମାଳ ପିନ୍ଧାଇଥିଲେ । ଏବଂ ପୂଜା ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଦୀପ, ଧୂପ ଦେଇ ନଡ଼ିଆ ଭାଙ୍ଗି ଫଟୋ ଆଗରେ ପୂଜା କରିଛନ୍ତି । ଦରଦାମ ବୃଦ୍ଧି ପ୍ରତିବାଦରେ ଏଭଳି ପ୍ରତିବାଦ କରାଯାଇଛି ।

ମୋଦିଙ୍କ ଫଟୋକୁ ପୂଜା କଲେ ଏନସିପି ନେତ୍ରୀ; ଜାଣନ୍ତୁ କାହିଁକି

ଏନସିପି ମହିଳା ନେତ୍ରୀ କହିଛନ୍ତି, ଯେ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଦେଇଥିବା ବିଭିନ୍ନ ପ୍ରତିଶ୍ରୃତି ଭୁଲି ଯାଇଛନ୍ତି । ଦରଦାମ ଆକାଶ ଛୁଆଁ ହେଲାଣୀ । ତୈଳ ଦର ବୃଦ୍ଧି ଯୋଗୁଁ ଲୋକେ ହଇରାଣ ହରକତ ହେଉଛନ୍ତି । ଏଭଳି ପୂଜା କରିବା ଦ୍ବାରା ମୋଦି ଦେଇଥିବା ପ୍ରତିଶ୍ରୃତି ତାଙ୍କ ମନେ ପଡିବ । ତାଙ୍କ ସ୍ମରଣ ଶକ୍ତିକୁ ଫେରି ଆସିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details