ଓଡିଶା

odisha

ETV Bharat / bharat

Naxal Attack: ମାତିଲେ ନକ୍ସଲ, ବିସ୍ଫୋରଣ କରି ଉଡାଇଲେ ଟ୍ରେନ୍ ଲାଇନ

ଥମୁନି ନକ୍ସଲ ଆତଙ୍କ । ଗତକାଲି ରାତି ପ୍ରାୟ 12ଟା 15 ସମୟରେ ଝାଡଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ସାରିଆ ପୋଲିସ ଷ୍ଟେସନ ଅଞ୍ଚଳର ଚିଚାକି ଏବଂ ଚୌଧରୀ ମଧ୍ୟରେ ବୋମା ବିସ୍ଫୋରଣ କରିଛନ୍ତି ନକ୍ସଲ ।

ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ
ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ

By

Published : Jan 27, 2022, 8:42 AM IST

ରାଞ୍ଚି:ଥମୁନି ନକ୍ସଲ ଆତଙ୍କ । ଗୋଟିଏ ପରେ ଗୋଟିଏ ନୃଶଂସ କାଣ୍ଡ ଘଟାଇ ଚାଲିଛନ୍ତି ନକ୍ସଲ ଗୋଷ୍ଠୀ । ନୂଆଦିଲ୍ଲୀରୁ ହାୱାରକୁ ଗୟା-ଧାନବାଦ ଦେଇ ଯାଇଥିବା ରେଳ ଟ୍ରାକକୁ ଟାର୍ଗେଟ କରିଥିଲେ ନକ୍ସଲ । ଗତକାଲି ରାତି ପ୍ରାୟ 12ଟା 15 ସମୟରେ ଝାଡଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ସାରିଆ ପୋଲିସ୍ ଷ୍ଟେସନ ଅଞ୍ଚଳର ଚିଚାକି ଏବଂ ଚୌଧରୀ ମଧ୍ୟରେ ଥିବା ରେଳଟ୍ରାକରେ ବିସ୍ପୋରଣ ଘଟାଇଛନ୍ତି । ବିସ୍ଫୋରଣ ଫଳରେ ଟ୍ରାକଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ବିସ୍ଫୋରଣ ପରେ ନକ୍ସଲ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପୋଲ ନମ୍ବର 334/13 ରୁ 14 ମଧ୍ୟରେ ଏହି ଘଟଣା ଘଟିଛି | ଘଟଣାର ସୂଚନା ପାଇବା ପରେ ଗିରିଡିହ ପୋଲିସର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରଠାରୁ ରେଳ ଗମନାଗମନରେ ବାଧାପ୍ରାପ୍ତ ହୋଇଛି । ଗଙ୍ଗା ଦାମୋଦର, ଲୋକମାନିଆ ତିଲକ ଏକ୍ସପ୍ରେସ ସମେତ ଅନେକ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଛି । ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ସ୍ଥାନୀୟ ପୋଲିସ ଓ CRPF ମିଳିତ ଭାବରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ନକ୍ସଲ ସଂଗଠନର ବରିଷ୍ଠ ନେତା ସିପିଆଇ-ମାଓବାଦୀ ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀ ଶୀଲା ଡି ଗିରଫ ହେବା ପରଠାରୁ ନକ୍ସଲ ସଂଗଠନର ଆତଙ୍କରାଜ ବଢିବାରେ ଲାଗିଛି । ନକ୍ସଲ ମାନଙ୍କ ଦ୍ବାରା ଜାନୁଆରୀ 21 ରୁ ଜାନୁୟାରୀ 26 ପର୍ଯ୍ୟନ୍ତ ଉଭୟଙ୍କୁ ମୁକ୍ତି ଦାବିରେ ପ୍ରତିରୋଧ ଦିବସ ପାଳନ କରାଯାଇଥିଲା ।ଏହି ସମୟରେ ଗିରିଡିହର ଖୁକ୍ରା ଏବଂ ମଧୁବାନ ଠାରେ ମୋବାଇଲ୍ ଟାୱାର ବିସ୍ଫୋରଣ କରିଥିଲେ ନକ୍ସଲ ।

ଏହାସହ ଡୁମ୍ରିର ନୁରଙ୍ଗୋ ନିକଟରେ ବାରାକର ନଦୀ ଉପରେ ଏକ ବ୍ରିଜକୁ ମଧ୍ୟ ବିସ୍ପୋରଣ କରି ଉଡାଇ ନିଜର ଦବଦବା ଜାହିର କରିଛନ୍ତି ନକ୍ସଲ ଏବଂ ଗିରିଡିହ ନିକଟସ୍ଥ ବିଶାନଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମୋବାଇଲ୍ ଟାୱାର ଉଡ଼ାଇବାକୁ ଚେଷ୍ଟା କରିଥିଲେ । ନକ୍ସଲ ସଂଗଠନର ବରିଷ୍ଠ ନେତା ସିପିଆଇ-ମାଓବାଦୀ ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀ ଶୀଲା ଡିକୁ ମୁକ୍ତ କରିବା ନିମନ୍ତେ ସେମାନେ ଏପରି ବିସ୍ଫୋରଣ କରି ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details