ଓଡିଶା

odisha

ETV Bharat / bharat

ମାଓବାଦୀଙ୍କ ଲଙ୍କାକାଣ୍ଡ, ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ବସ

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ସୁକୁମାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଲଗାଇଦେଲେ ନିଆଁ । ଅଧିକ ପଢନ୍ତୁ

By

Published : Apr 25, 2022, 10:45 AM IST

Updated : Apr 25, 2022, 12:11 PM IST

ମାଓବାଦୀଙ୍କ ବର୍ବରକାଣ୍ଡ, ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇଦେଲେ ମାଓବାଦୀ
ମାଓବାଦୀଙ୍କ ବର୍ବରକାଣ୍ଡ, ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇଦେଲେ ମାଓବାଦୀ

ମାଲକାନଗିରି:ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ସୁକୁମାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇଦେଲେ ମାଓବାଦୀ । ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ମାଓବାଦୀଙ୍କ ଲଙ୍କାକାଣ୍ଡ, ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ବସ

ସୂଚନାଅନୁସାରେ, ବସଟି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ଏଥିରେ ୪୦ରୁ ୫୦ ଯାତ୍ରୀ ରହିଥିଲେ । କୋଟାଂ ଠାରୁ ୧୫ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କୋତୁର ଠାରେ ବସକୁ ଅଟକାଇଥିଲେ ମାଓବାଦୀ । ଏହାପରେ ଧମକ ଚମକ ଦେଇ ଯାତ୍ରୀଙ୍କୁ ବାହାରକୁ ବାହାର କରି ବସରେ ନିଆଁ ଲଗାଇଦେଇଥିଲେ ମାଓବାଦୀ । ଫଳରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା ।

ମାଓବାଦୀଙ୍କ ଲଙ୍କାକାଣ୍ଡ, ଯାତ୍ରୀଙ୍କୁ ଓହ୍ଲାଇ ଜାଳିଦେଲେ ବସ

ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛି । କୁଟୁର ଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜର ଦବଦବା ଜାହିର କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Apr 25, 2022, 12:11 PM IST

ABOUT THE AUTHOR

...view details