ଓଡିଶା

odisha

By ETV Bharat Odisha Team

Published : Nov 7, 2023, 2:15 PM IST

ETV Bharat / bharat

Naxalite Violence: ସୁକମାରେ ପୁଣି ନକ୍ସଲ ଆକ୍ରମଣ, ଯବାନଙ୍କ ଉପରକୁ କଲେ ଫାୟାରିଂ

ବିଧାନସଭା ନିର୍ବାଚନ ମଧ୍ୟରେ ଛତିଶଗଡ ସୁକମାରେ ପୁଣି ନକ୍ସଲ ହିଂସା । ଯବାନଙ୍କ ଉପରକୁ କଲେ ଫାୟାରିଂ କଲେ ନକ୍ସଲ । ଅଧିକ ପଢ଼ନ୍ତୁ

Naxalite Violence
ସୁକମାରେ ପୁଣି ନକ୍ସଲ ଆକ୍ରମଣ

ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ସୁକମା ଜିଲ୍ଲାରେ ପୁଣିଥରେ ନକ୍ସଲ ହିଂସା ଘଟିଛି । ସୁକମାରେ ଏକ ମତଦାନ କେନ୍ଦ୍ରଠାରୁ ମାତ୍ର ୨ କିଲୋମିଟର ଦୂରରେ ଡିଆରଜି ଯବାନଙ୍କ ଉପରକୁ ନକ୍ସଲମାନେ ଗୁଳିମାଡ଼ କରିଛନ୍ତି । ସୁରକ୍ଷାବଳ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ତେବେ ଏହି ଗୁଳି ବିନିମୟରେ କେହି ମୃତହାତ ହୋଇନାହାନ୍ତି । ଯବାନଙ୍କ ପାଲଟା ଗୁଳିମାଡ଼ରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ସୂଚନା ରହିଛି ।

ସୁକମା ପୋଲିସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ଜିଲ୍ଲାରେ ବିଧାନସଭା ନିର୍ବାଚନ ମତଦାନ ଜାରି ରହିଛି । ଭୋଟରମାନେ ନିର୍ଭୟରେ ନିଜର ମତସାବ୍ୟସ୍ତ କରୁଛନ୍ତି । ସକାଳ ୭ଟାରୁ ସୁକମା ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ''ଆଜି ସକାଳେ ବାନ୍ଦା ମତଦାନ କେନ୍ଦ୍ର ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ମୁତୟନ ଥିବା ଡିଆରଜି ଯବାନଙ୍କ ଉପରେ ନକ୍ସଲମାନେ ଫାୟାରିଂ କରିଛନ୍ତି । ସୁରକ୍ଷାବଳ ଏହାର ଜବାବ ଦେଇଥିଲେ । ପ୍ରାୟ ୧୦ ମିନିଟ୍ ଧରି ନକ୍ସଲଙ୍କ ସହ ଗୁଳି ବିନିମୟ ଚାଲିଥିଲା । ତେବେ ଏଥିରେ ସବୁ ଯବାନ ସୁରକ୍ଷିତ ଅଛନ୍ତି ।''

ଏହାମଧ୍ୟ ପଢନ୍ତୁ: Chhattisgarh Polls: ମତଦାନ ବେଳେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ; CRPF ଯବାନ ଆହତ

ଏହି ଆକ୍ରମଣ ପୂର୍ବରୁ ନକ୍ସଲମାନେ ଆଜି ସକାଳେ ସୁକମାରେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ସିଆରପିଏଫ ୟୁନିଟ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ ହୋଇଥିଲେ । ସୁରକ୍ଷାବଳ ତୋଣ୍ଡମାରକା କ୍ୟାମ୍ପରୁ ଏଲମାଗୁଣ୍ଡା ଗାଁ ଅଭିମୁଖେ ଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । କୋବ୍ରା ୨୦୬ବି ବାଟାଲିୟନର ଇନ୍ସପେକ୍ଟର ଶ୍ରୀକାନ୍ତଙ୍କ ପାଦ ଅଜଣାତରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ଉପରେ ପଡି ଯାଇଥିଲା । ଫଳରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଯୋଗୁଁ ଯବାନ ଆହତ ହୋଇଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: Assembly Poll: ଆଜି ଛତିଶଗଡ-ମିଜୋରାମ ବିଧାନସଭା ନିର୍ବାଚନ, ଭୋଟିଂ ଜାରି

ଗତକାଲି(ସୋମବାର) ମଧ୍ୟ କାଙ୍କେର ଅଞ୍ଚଳରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ବିଏସଏଫର ଜଣେ କନେଷ୍ଟବଳଙ୍କ ସମେତ ଦୁଇ ଜଣ ପୋଲିଂ ଅଧିକାରୀ ଆହତ ହୋଇଥିଲେ । ଆହତ କନେଷ୍ଟବଳ ପ୍ରକାଶ ଚାନ୍ଦ ବୋଲି ଜଣାପଡିଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଇଟିଭି ଭାରତ, ରାୟପୁର

ABOUT THE AUTHOR

...view details