ଓଡିଶା

odisha

ETV Bharat / bharat

ପୁଣି ନୌସେନାର ସମୁଦ୍ର ସେତୁ ଅପରେସନ ଆକ୍ଟିଭ୍, ବିଦେଶରୁ ଆସିବ ଅମ୍ଲଜାନ

ଭାରତୀୟ ନୌସେନା ପୁଣି ଥରେ ସମୁଦ୍ର ସେତୁ ଅପରେସନ ଆରମ୍ଭ କରିଛି । ଦେଶ ବର୍ତ୍ତମାନ ଅମ୍ଲଜାନ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ବିଦେଶରୁ ସହାୟତା ଲୋଡିଛି ଭାରତ । ଚିକିତ୍ସା ସାମଗ୍ରୀ ସହ ଗୁରୁତ୍ବପୂର୍ଣ୍ଣ ଔଷଧ ଆମଦାନୀ କରିବାରେ ଭାରତୀୟ ନୌସେନା ଆଗକୁ ଆସିଛି । ଅଧିକ ପଢନ୍ତୁ...

ନୌସେନାର ସମୁଦ୍ର ସେତୁ ଅପରେସନ
ନୌସେନାର ସମୁଦ୍ର ସେତୁ ଅପରେସନ

By

Published : Apr 30, 2021, 9:01 PM IST

ନୂଆଦିଲ୍ଲୀ: ଭାରତୀୟ ନୌସେନା ପୁଣି ଥରେ ସମୁଦ୍ର ସେତୁ ଅପରେସନ ଆରମ୍ଭ କରିଛି । ଦେଶ ବର୍ତ୍ତମାନ ଅମ୍ଲଜାନ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ବିଦେଶରୁ ସହାୟତା ଲୋଡିଛି ଭାରତ । ଚିକିତ୍ସା ସାମଗ୍ରୀ ସହ ଗୁରୁତ୍ବପୂର୍ଣ୍ଣ ଔଷଧ ଆମଦାନୀ କରିବାରେ ଭାରତୀୟ ନୌସେନା ଆଗକୁ ଆସିଛି । କୋଭିଡ -19 ବିରୋଧରେ ଦେଶର ଲଢେଇକୁ ସମର୍ଥନ କରି ତରଳ ମେଡିକାଲ ଅମ୍ଳଜାନ ଭର୍ତ୍ତି କ୍ରାୟୋଜେନିକ କଣ୍ଟେନର ଏବଂ ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆଣିବା ପାଇଁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ନିୟୋଜିତ କରାଯାଇଛି।

INS କୋଲକାତା ଏବଂ INS ତଲୱାର ମହାରାଷ୍ଟ୍ରର ମୁମ୍ବାଇକୁ 40MT ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ ପାଇଁ ବାହାରେନର ମାନାମା ବନ୍ଦରରେ ପ୍ରବେଶ କରିଛି । INS ଜଲଶୱା ବ୍ୟାଙ୍କକକକୁ ଅଭିମୁଖେ ଯାତ୍ରା କରିଥିବା ବେଳେ INS ଐରାବତ ସିଙ୍ଗାପୁରକୁ ସମାନ ମିଶନ ପାଇଁ ଯାତ୍ରା କରିଛି ।

ମାଲଦ୍ବୀପ, ଶ୍ରୀଲଙ୍କା ଏବଂ ଇରାନରୁ ପ୍ରାୟ 4,000 ଭାରତୀୟଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ’ର ଏକ ଅଂଶ ଭାବରେ ଗତ ବର୍ଷ ମେ ମାସରେ ଅପରେସନ୍ ସମୁଦ୍ର ସେତୁ ଆରମ୍ଭ କରାଯାଇଥିଲା। ଭାରତ ନୌସେନା ଦ୍ବାରା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି ସହ ମିଶି ଏହି ଅପରେସନ ଆରମ୍ଭ କରାଯାଇଥିଲା।

ABOUT THE AUTHOR

...view details