ନୂଆଦିଲ୍ଲୀ: ବର୍ତ୍ତମାନର କୋଭିଡ ସଙ୍କଟର ମୁକାବିଲା କରିବା ପାଇଁ ଆଗକୁ ଆସିଛି ଭାରତୀୟ ନୌସେନା । ସାଧାରଣ ନାଗରିକଙ୍କ ସହାୟତା ପାଇଁ ସଶସ୍ତ୍ର ବାହିନୀର 57 ଜଣ ଡାକ୍ତରୀ ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି । ଏଥିରେ 4 ଜଣ ଡାକ୍ତର, 7 ଜଣ ନର୍ସ, 26 ଜଣ ପାରାମେଡିକ୍ସ ଏବଂ 20 ଜଣ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି ।
ମହାମାରୀ ଲଢେଇରେ ସାମିଲ ନୌସେନା, ଅହମ୍ମଦାବାଦ ଗଲେ 57 ଜଣିଆ ଡାକ୍ତରୀ ଟିମ୍ - Navy deputes 57 member naval medical team
ବର୍ତ୍ତମାନର କୋଭିଡ ସଙ୍କଟର ମୁକାବିଲା କରିବା ପାଇଁ ଆଗକୁ ଆସିଛି ଭାରତୀୟ ନୌସେନା । ସାଧାରଣ ନାଗରିକଙ୍କ ସହାୟତା ପାଇଁ ସଶସ୍ତ୍ର ବାହିନୀର 57 ଜଣ ଡାକ୍ତରୀ ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...
ମହାମାରୀ ଲଢେଇରେ ସାମିଲ ନୌସେନା
ଏହି ଟିମ କୋଭିଡ ସଙ୍କଟ ପରିଚାଳନା ପାଇଁ ନିର୍ମାଣ ହୋଇଥିବା ସ୍ବତନ୍ତ୍ର ହସ୍ପିଟାଲ୍ ପିଏମ୍ କେୟାର୍ସ କୋଭିଡ ହସ୍ପିଟାଲରେ ନିୟୋଜିତ ହେବ । ଏହି ଟିମ 2 ମାସ ପାଇଁ ନିୟୋଜିତ ହୋଇଛି ଏବଂ ଆବଶ୍ୟକ ହେଲେ ଅବଧିକୁ ବଢାଯିବ । ଏହା ବ୍ୟତିତ ଭାରତୀୟ ବାୟୁସେନା ମଧ୍ୟ ମହାମାରୀର ମୁକାବିଲାରେ ନିଜକୁ ସାମିଲ କରିଛି । ବିମାନ ମାଧ୍ୟମରେ ଔଷଧ, ଚିକିତ୍ସା ସାମଗ୍ରୀ ଆଦି ଯୋଗାଇ ଦେଉଛି ବାୟୁସେନା । ଦେଶ ବାହାରେ ଓ ଦେଶ ଭିତରେ ସର୍ବଦା ସଜାଗ ହୋଇ କାମ କରୁଛି ସେନା ।