ଓଡିଶା

odisha

ETV Bharat / bharat

Vizagରେ 3କି.ମି ରାସ୍ତାକୁ 'ନୋ ଫ୍ଲାଏ ଜୋନ' ଘୋଷଣା କଲା ନୌସେନା

ଜମ୍ମୁ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ ହେବା ପରେ ଭାଇଜାକର 3 କିଲୋମିଟର ରାସ୍ତାକୁ ନୋ ଫ୍ଲାଏ ଜୋନ ଭାବେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 3, 2021, 5:30 PM IST

Vizagରେ 3କି.ମି ରାସ୍ତାକୁ 'ନୋ ଫ୍ଲାଏ ଜୋନ' ଘୋଷଣା କଲା ନୌସେନା
Vizagରେ 3କି.ମି ରାସ୍ତାକୁ 'ନୋ ଫ୍ଲାଏ ଜୋନ' ଘୋଷଣା କଲା ନୌସେନା

ଅମରାବତୀ: ଆନ୍ଧ୍ରପ୍ରଦେଶର ବନ୍ଦର ସିଟି ଭାଇଜାକର 3 କିଲୋମିଟର ରାସ୍ତାକୁ 'ନୋ ଫ୍ଲାଏ ଜୋନ' ଘୋଷଣା କରିଛି ପୂର୍ବାଞ୍ଚଳ ନୌସେନା କମାଣ୍ଡ(ENC) । ଜମ୍ମୁକାଶ୍ମୀରର ବିମାନବନ୍ଦରରେ ଡ୍ରୋନ ଆକ୍ରମଣ ହେବା ପରେ କମାଣ୍ଡ ଏହି ନିଷ୍ପତ୍ତି ନେଇଛି ।

ବିଶାଖାପାଟନମରେ ଭାରତୀୟ ନୌସେନା ସ୍ଥାପନର ପରିସୀମାଠାରୁ 3 କିଲୋମିଟର ଅଞ୍ଚଳକୁ 'ନୋ-ଫ୍ଲାଏ ଜୋନ୍' ଭାବରେ ଘୋଷଣା କରାଯାଇଛି । ସମସ୍ତ ବ୍ୟକ୍ତି ଏବଂ ନାଗରିକମାନେ ଏହି ଜୋନ୍ ମଧ୍ୟରେ ଡ୍ରୋନ୍‌ କିମ୍ବା ମାନବ ବିହୀନ ବିମାନ ଯାନ (UAV) ଉଡ଼ାଇବା ଉପରେ ବାରଣ କରାଯାଇଛି ବୋଲି ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି । ବାରଣ ସତ୍ତ୍ବେ ମଧ୍ୟ ଯଦି ଏଭଳି ବିମାନ ଯାନକୁ ଚିହ୍ନଟ କରାଯାଏ, ତେବେ ଏହାକୁ ନଷ୍ଟ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

କୌଣସି ନାଗରିକ କିମ୍ବା ସରକାରୀ ଏଜେନ୍ସି ଡ୍ରୋନ ଉଡ଼ାଇବାକୁ ଚାହିଁଲେ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ମାନିବାକୁ ପଡିବ ବୋଲି ନୌସେନା ଅଧିକାରୀ କହିଛନ୍ତି । ଭାରତୀୟ ଦଣ୍ଡବିଧି ସଂହିତା ବା ଇଣ୍ଡିଆନ ପ୍ୟାନେଲ କୋଡ ଅନୁଯାୟୀ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ବିମାନ ଯାନ ଉଡାଣ ଲାଗି ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କଠାରୁ ଅନୁମୋଦନ ଡିଜି ସ୍କାଏ ୱେବସାଇଟ୍ ମାଧ୍ୟମରେ ଆବେଦନକାରୀଙ୍କୁ ମିଳିବ ଏବଂ ଅନୁମୋଦନ ପତ୍ରର ଏକ ନକଲ ମୁଖ୍ୟାଳୟ, ENCରେ ଦାଖଲ କରିବାକୁ ପଡିବ ବୋଲି ଜଣାପଡିଛି । ତେବେ ଏହି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ଉଡ଼ାଣର ଏକ ସପ୍ତାହ ପୂର୍ବରୁ ଶେଷ ହେବା ଆବଶ୍ୟକ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details