ଓଡିଶା

odisha

By

Published : Mar 24, 2023, 9:28 AM IST

ETV Bharat / bharat

ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର: ଜେଲ୍‌ରେ ଥିବା ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି

ଜେଲ୍‌ରେ ଥିବା କଂଗ୍ରେସ ନେତ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର । ଭାବପ୍ରବଣ ହୋଇ ସ୍ବାମୀଙ୍କ ଉଦ୍ଦେଶ୍ୟରେ କଲେ ଟ୍ବିଟ୍ । ଅଧିକ ପଢନ୍ତୁ

ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର
ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନ୍ସର

ନୂଆଦିଲ୍ଲୀ:ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କ୍ୟାନ୍ସରରେ ପୀଡିତ ଅଛନ୍ତି । ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ କ୍ୟାନ୍ସର ଏବେ ଷ୍ଟେଜ-୨ରେ ଅଛି । ତାଙ୍କର ଅସ୍ତ୍ରୋପଚାର ହେବାକୁ ଯାଉଛି । ଏନେଇ ସେ ନିଜେ ଟ୍ବିଟ୍ କରି ଜଣାଇଛନ୍ତି । ତାଙ୍କର ଏଭଳି ରୋଗ ସମୟରେ ସ୍ବାମୀ ଜେଲରେ ଥିବାରୁ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇ ସିଦ୍ଧୁଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଲେଖିଛନ୍ତି । ନବଜୋତ କୌର ଲେଖିଛନ୍ତି, ''ସେ(ନବଜୋତ ସିଂ ସିଦ୍ଧୁ) ଯେଉଁ ଅପରାଧ ପାଇଁ ଜେଲ୍ ଅଛନ୍ତି ତାହା ସେ କରିନାହାନ୍ତି । ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ କ୍ଷମା କରିଦିଅ । ବାହାରେ ରହି ପ୍ରତିଦିନ ତୁମଠାରୁ ଅଧିକ ତୁମକୁ ମୁଁ ଅପେକ୍ଷା କରିଛି । ସବୁଥର ଭଳି ତୁମର ଯନ୍ତ୍ରଣା ନେଇଯିବାକୁ ଚେଷ୍ଟା କରୁଛି ।''

ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ତୁମ ଅପେକ୍ଷାରେ ଅଛି । ତୁମେ ବାରମ୍ବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ମୁଁ ଦେଖୁଛି । ସତ୍ୟ ବହୁତ ଶକ୍ତିଶାଳୀ । କିନ୍ତୁ ଏହା ତୁମର ବାରମ୍ବାର ପରୀକ୍ଷା ନେଉଛି । ଏଇଟା କଳିଯୁଗ । କ୍ଷମା କରିଦେବ ତୁମକୁ ଅପେକ୍ଷା କରିପାରିବିନି କାରଣ ବର୍ତ୍ତମାନ ମୋ କ୍ୟାନ୍ସର ଷ୍ଟେଜ-୨ରେ ଅଛି । ଆଜି ମୁଁ ଅସ୍ତ୍ରୋପଚାର ପାଇଁ ଯାଉଛି । ଏଥିପାଇଁ ମୁଁ କାହାରିକୁ ଦୋଷ ଦେବିନି । ଏସବୁ ଭଗବାନଙ୍କ ଇଚ୍ଛା ।

ନବଜୋତ କୌରଙ୍କ ଏହି ଟ୍ବିଟରେ ଅନେକ ୟୁଜର୍ସ ଏବଂ ରାଜେନେତା ତାଙ୍କ ପ୍ରତି ସମ୍ବେଦନା ଜଣାଇଛନ୍ତି । ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜ କୌରଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରିଛନ୍ତି, ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଆପଣଙ୍କ ଅସ୍ତ୍ରୋପଚାର ହେବାକୁ ଯାଉଛି ଜାଣି ମୁଁ ଦୁଃଖିତ । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯେ ଠିକ୍ ସମୟରେ ରୋଗ ଚିହ୍ନଟ ହୋଇଯାଇଛି । ୱାହେଗୁରୁ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୩୪ ବର୍ଷ ପୁରୁଣା ରୋଡ ରେଜ୍ କେସରେ ପଞ୍ଜାବର ପୂର୍ବତନ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁ ଜେଲ୍ ଯାଇଛନ୍ତି । ୧୯୮୮ ମସିହାରେ ସିଦ୍ଧୁ ପଟିଆଲରେ ପାର୍କିଂକୁ ନେଇ ଜଣେ ସାଧାରଣ ଲୋକ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣର କିଛି ଦିନ ପରେ ସେହି ଲୋକଟିର ମୃତ୍ୟୁ ହୋଇଥିଲା । ଏହାପରେ କଂଗ୍ରେସ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲେ । ଗତବର୍ଷ ମେ'ରେ ସୁପ୍ରିମକୋର୍ଟ ତାଙ୍କୁ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ ।

For All Latest Updates

ABOUT THE AUTHOR

...view details