ଓଡିଶା

odisha

By

Published : Jul 18, 2021, 8:41 AM IST

ETV Bharat / bharat

ପଞ୍ଜାବରେ ଶେଷ ହେବ କି କଂଗ୍ରେସ କନ୍ଦଳ ? ସିଦ୍ଧୁ ହୋଇପାରନ୍ତି PCC ସଭାପତି

ପଞ୍ଜାବ କଂଗ୍ରେସର ମୁଖ୍ୟ ହେବେ ନବଜୋତ ସିଂ ସିଦ୍ଧୁ । ତାଙ୍କ ସହ ୪ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହେବେ । ଅଧିକ ପଢନ୍ତୁ...

ପଞ୍ଜାବରେ ଶେଷ ହେବ କି କଂଗ୍ରେସ କନ୍ଦଳ ? ସିଦ୍ଧୁ ହୋଇପାରନ୍ତି PCC  ସଭାପତି
ପଞ୍ଜାବରେ ଶେଷ ହେବ କି କଂଗ୍ରେସ କନ୍ଦଳ ? ସିଦ୍ଧୁ ହୋଇପାରନ୍ତି PCC ସଭାପତି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ମୁଖ୍ୟ ହୋଇପାରନ୍ତି କ୍ରିକେଟରରୁ ରାଜେନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଗ୍ରହଣ କରିଥିବା ସୂଚନା ମିଳିଛି । ପଞ୍ଜାବ କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନକୁ ନେଇ ପଞ୍ଜାବ ରାଜନୀତିରେ ହଟଚମଟ ଦେଖାଦେଇଥିବା ବେଳେ ଗତକାଲି ଏପରି ନିଷ୍ପତ୍ତି ହୋଇଥିବା କୁହାଯାଉଛି । କିନ୍ତୁ ଏନେଇ ବିଦ୍ଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ । ପଞ୍ଜାବ କଂଗ୍ରେସର ନେତୃତ୍ବ ନେବା ସହ ତାଙ୍କ ସହ ୪ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହେବେ । ଯଦି ଏହା ସତ ହୁଏ କଣ ? ଏହାପରେ ଶେଷ ହେବ କି ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ।

ସିଦ୍ଧୁ କଂଗ୍ରେସର ମୁଖ୍ୟ ହେବା ନେଇ କଂଗ୍ରେସ ବିଧାୟକ ପରଗତ ସିଂ କହିଛନ୍ତି ଯେ ମୁଁ ଭାବୁଛି ପରିସ୍ଥିତି ବହୁତ ଭଲ, ସେ ମୋର ବନ୍ଧୁ । ଏନେଇ କେବେ ଘୋଷଣା ହେବ ତାହା ଜଣାନାହିଁ । ଏହା ପୂର୍ବରୁ ଗତକାଲି ସିଦ୍ଧୁ ପଞ୍ଚକୁଲା ବାସଭବନରେ ରାଜ୍ୟ ଦଳର ମୁଖ୍ୟ ସୁନୀଲ ଜାଖରଙ୍କୁ ଭେଟିଥିଲେ । ଏହି ସମୟରେ ପଞ୍ଜାବ କଂଗ୍ରେସ ସାଧାରଣ ସମ୍ପାଦକ ହରିଶ ରାଓ୍ବତ ମୋହାଲିରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବାସଭବନରେ ପହଞ୍ଚିଥିଲେ ।

ଶୁକ୍ରବାର ରାଓ୍ବତ କଂଗ୍ରେସ ଅଧକ୍ଷା ସୋନିଆଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ପ୍ରସ୍ତାବିତ ପରିବର୍ତ୍ତନ ସମ୍ପର୍କରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ଏହି ସମୟରେ ସିଦ୍ଧୁମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗତ ସପ୍ତାହରେ ସୋନିଆଗାନ୍ଧୀଙ୍କୁ ଭେଟିଥିଲେ ।ଏହି ବୈଠକରେ ରାୱତ ଦୋହରାଇଛନ୍ତି ଯେ ଅମରିନ୍ଦର ସିଂ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ହୋଇ ରହିବେ କାରଣ ତାଙ୍କ ଶାସନକୁ ରାଜ୍ୟବାସୀ ବେଶ ପ୍ରଶଂସା କରିଛନ୍ତି । ପଞ୍ଜାବୀମାନେ ସେମାନଙ୍କ ରାଜନୈତିକ ନେତୃତ୍ୱର ସହ ପରୀକ୍ଷା କରିବାକୁ ଚାହୁଁ ନାହାଁନ୍ତି ।

ତେବେ ପ୍ରାୟ ଏକ ମାସ ହେବ ପଞ୍ଜାବ କଂଗ୍ରେସରେ ବିବାଦ ଦେଖାଦେଇଥିଲା । ସିଦ୍ଧୁ ରାଜ୍ୟରେ ବିଦ୍ୟୁତ ସଙ୍କଟକୁ ସମାଲୋଚନା କରି ଖୋଲାଖୋଲି ଭାବେ ବିଦ୍ରୋହ କରିଛନ୍ତି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବିବାଦର ସମାଧାନ ପାଇଁ କଂଗ୍ରେସ ଉଦ୍ୟମ ଜାରି ରଖିଛି ।

@ANI

ABOUT THE AUTHOR

...view details