ଓଡିଶା

odisha

ETV Bharat / bharat

ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ଉପରେ ପୁଣି ସିଦ୍ଧୁଙ୍କ ଟ୍ବିଟ୍ ବାଣ - ଦିଲ୍ଲୀ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ

କିଛି ଦିନର ବ୍ୟବଧାନ ପରେ ପୁଣି ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ପଞ୍ଜାବରେ ବିଜୁଳି ବିତରଣ ଦର ଓ ବିଜୁଳି ଉତ୍ପାଦନ ପରେ ଏବେ ଆଉ ଦୁଇଟି ନୂଆ ଦାବିକୁ ଟ୍ବିଟରେ ସ୍ଥାନ ଦେଇଛନ୍ତି ବିବାଦୀୟ କଂଗ୍ରେସ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ଅଧିକ ପଢ଼ନ୍ତୁ...

ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ଉପରେ ପୁଣି ସିଦ୍ଧୁଙ୍କ ଟ୍ବିଟ୍ ବାଣ
ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ଉପରେ ପୁଣି ସିଦ୍ଧୁଙ୍କ ଟ୍ବିଟ୍ ବାଣ

By

Published : Jul 11, 2021, 6:14 PM IST

ନୂଆଦିଲ୍ଲୀ:କିଛି ଦିନର ବ୍ୟବଧାନ ପରେ ପୁଣି ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ପଞ୍ଜାବରେ ବିଜୁଳି ବିତରଣ ଦର ଓ ବିଜୁଳି ଉତ୍ପାଦନ ପରେ ଏବେ ଆଉ ଦୁଇଟି ନୂଆ ଦାବିକୁ ଟ୍ବିଟରେ ସ୍ଥାନ ଦେଇଛନ୍ତି ବିବାଦୀୟ କଂଗ୍ରେସ ନେତା ନବଜ୍ୟୋତି ସିଂହ ସିଦ୍ଧୁ ।

ନୂଆ ଟ୍ବିଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ଦାବି କରିଛନ୍ତି ସିଦ୍ଧୁ । ଏହାସହ ଟ୍ବିଟ୍ ଜରିଆରେ ରାଜଧାନୀ ଦିଲ୍ଲୀରେ ଥିବା ଆମ ଆଦମୀ ପାର୍ଟକୁ ଟାର୍ଗେଟ କରିଛନ୍ତି ସିଦ୍ଧୁ । ଲଗାତାର 6ଟି ଟ୍ବିଟ୍ କରି ପୁଣି ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ।

2022ରେ ପଞ୍ଜାବରେ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପଞ୍ଜାବରେ ଥିବା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବଜ୍ୟୋତି ସିଂହ ସିଦ୍ଧୁ । ଆଗାମୀ ନିର୍ବାଚନରେ ଏହା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇପାରେ । ପଞ୍ଜାବ ସହ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଘେରିଛନ୍ତି ସିଦ୍ଧୁ । ସେ କହିଛନ୍ତି ଦିଲ୍ଲୀ ସରକାର ମାଗଣା ବିଜୁଳି କିମ୍ବା ରିହାତି ଦେଉନାହାନ୍ତି । ବରଂ ଘରୋଇ ବିଜୁଳି କମ୍ପାନୀଗୁଡ଼ିକ ଉପରେ ଅଧିକ ଚାପ ପ୍ରୟୋଗ କରି ମାଗଣା ବିଜୁଳି ଦେବାକୁ ବାଧ୍ୟ କରୁଛନ୍ତି ବୋଲି କହିଛନ୍ତି ସିଦ୍ଧୁ । ଯଦି ଦିଲ୍ଲୀ ଭଳି ସ୍ଥାନରେ ଲୋକଙ୍କୁ ମାଗଣାରେ ବିଜୁଳି ମିଳିପାରୁଛି, ତେବେ ପଞ୍ଜାବବାସିନ୍ଦା କାହିଁକି ମାଗଣା ବିଜୁଳି ପାଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧୁ । ଦିଲ୍ଲୀ ସରକାରଙ୍କ ଏଭଳି ନୀତି ଯୋଗୁଁ ଗରିବ ଚାଷୀ ଓ ମଧ୍ୟବିତ୍ତ ପରିବାର ବର୍ଗମାନେ ଉଚିତ ସୁବିଧା ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସିଦ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details