ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (NCP)ମୁଖ୍ୟ ଶରଦ ପାଓ୍ବାର । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ତେବେ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହି ସାକ୍ଷାତକାର ବେଶ ଗୁରୁତ୍ବ ବହନ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ଏକ ଚର୍ଚ୍ଚା ଅନୁସାରେ NCP ମୁଖ୍ୟ ଶରଦ ପାଓ୍ବାରଙ୍କୁ ଏନଡିଏ ରାଷ୍ଚ୍ରପତି ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଅନ୍ୟପଟେ ଏହି ଚର୍ଚ୍ଚାକୁ ନିଜେ ଶରଦ ପାଓ୍ବର ଖଣ୍ଡନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ମାତ୍ର ୨ ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଶରଦଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିବାବେଳେ ଗତ ୧୬ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶରଦଙ୍କୁ ଭେଟି ସାକ୍ଷାତ କରିଥିଲେ। ଘନ ଘନ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ଶରଦଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି ।