ଓଡିଶା

odisha

By

Published : Jan 12, 2022, 9:24 AM IST

ETV Bharat / bharat

National Youth Day: ଦେଶ ଭବିଷ୍ୟତ ଗଠନର ସୁତ୍ରଧର ସାଜନ୍ତି ଯୁବସମାଜ

ଆଜି ଜାତୀୟ ଯୁବ ଦିବସ (National Youth Day)। ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀଙ୍କୁ ପ୍ରତିବର୍ଷ ଜାନୁଆରୀ ୧୨ରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ଏହି ଦିବସଟି ପ୍ରତିଟି ଯୁବପ୍ରାଣକୁ ଆନ୍ଦୋଳିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ । ଅଧିକ ପଢନ୍ତୁ

National Youth Day
National Youth Day

ହାଇଦ୍ରାବାଦ: ଦେଶର ଉତ୍ଥାନ ଓ ପତନର ସୁତ୍ରଧର ହେଉଛନ୍ତି ଯୁବସମାଜ । ଦେଶର ଭାଗ୍ୟ ଭବିଷ୍ୟତ ଗଠନର ମୂଳଧାରା ଆମର ଯୁବଗୋଷ୍ଠୀ । ଇତିହାସ ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ଯୁବମାନସର ଏହିପରି ଅନେକ ଗାଥା । ଆଜି ଜାତୀୟ ଯୁବ ଦିବସ (National Youth Day)। ଯୁବକସମାଜ ପାଇଁ ଦିନଟିଏ । ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀଙ୍କୁ ପ୍ରତିବର୍ଷ ଜାନୁଆରୀ ୧୨ରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ଏହି ଦିବସଟି ପ୍ରତିଟି ଯୁବପ୍ରାଣକୁ ଆନ୍ଦୋଳିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ରାମକୃଷ୍ଣ ପରମହଂସଙ୍କ ଜଣେ ଉତ୍ତମ ଶିଷ୍ୟ ତଥା ଭାରତରେ ହିନ୍ଦୁ ଧର୍ମର ପୁନର୍ଜୀବନରେ ଏକ ପ୍ରମୁଖ ଶକ୍ତି ଥିଲେ ସ୍ବାମୀ ବିବେକାନନ୍ଦ। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ 25 ତମ ଜାତୀୟ ଯୁବ ମହୋତ୍ସବ (NYF) -2022 ଆୟୋଜନ କରିଛି । ବିବେକାନ୍ଦ ବେଦାନ୍ତ ଏବଂ ଯୋଗର ଭାରତୀୟ ଦର୍ଶନ ଗୁଡ଼ିକୁ ପାଶ୍ଚାତ୍ୟ ଜଗତରେ ପରିଚିତ କରାଇଥିଲେ। ସେ ଦେଶପ୍ରେମୀ ଥିଲେ ଏବଂ ତାଙ୍କ ଦାର୍ଶନିକ ଅବଦାନ ପାଇଁ ତାଙ୍କୁ ହିରୋ ଭାବେ ବିବେଚନା କରାଯାଏ । ଭାରତରେ ବିସ୍ତାରିତ ଦାରିଦ୍ର୍ୟ ଉପରେ ମଧ୍ୟ ସେ ଧ୍ୟାନ ଆକର୍ଷଣ କରିଥିଲେ ଏବଂ ଦେଶର ବିକାଶ ପାଇଁ ଦାରିଦ୍ର୍ୟ ସମସ୍ୟାକୁ ଗୁରୁତ୍ବ ଦେଇଥିଲେ ।

ଯୁବ ସମାଜରେ ଚିର ଆଦର୍ଶ ଥିଲେ ସ୍ବାମୀ ବିବେକାନ୍ଦ । ସେ କହିଥିଲେ, ‘ନିଜ ଭିତରେ ସବୁ କ୍ଷମତା ରହିଛି । ତମେ ସବୁ କରିପାରିବ । ବିଶ୍ବାସ ରଖ କି ତୁମେ ଦୃଢ । ଏହା ଭାବ ନାହିଁ କି ତୁମେ ଦୁର୍ବଳ, ଯାହା ବର୍ତ୍ତମାନ ଅଧାରୁ ଅଧିକ ଯୁବକ ଭାବୁଛନ୍ତି । ବିନା କାହାର ପରାମର୍ଶରେ ବି ଜଣେ ଆଗକୁ ବଢିପାରିବ, କେବଳ ନିଜ ମଧ୍ୟରେ ଥିବା ଆତ୍ମ ବିଶ୍ବାସକୁ ନେଇ ଆଗକୁ ବଢିପାରିବ । ଏକଦା ଆଉ ଏକ କଥା କହିଥିଲେ ମୋତେ ଶହେ ଜଣ ଆଦର୍ଶ ଯୁବକ ଦିଅ ମୁଁ ଦେଶ ବଦଳାଇ ଦେବି ।

ସ୍ବାମୀ ବିବେକାନନ୍ଦଙ୍କ ବିଷୟରେ...

  • ଜାନୁଆରୀ 12, 1863ରେ ଜନ୍ମ ଗ୍ରହଣ କରିଥିଲେ ସ୍ବାମୀ ବିବେକା ନନ୍ଦ। ସେ ପ୍ରଥମେ ନରେନ୍ଦ୍ରନାଥ ଦତ୍ତା ନାମରେ ପରିଚିତ ଥିଲେ ।
  • 1893ରେ ବିବେକାନନ୍ଦ ଚିକାଗୋରେ ବିଶ୍ବ ଧର୍ମର ସଂସଦରେ ଭାଷଣ ଦେଇ ପାଶ୍ଚାତ୍ୟ ଦେଶକୁ ବେଦାନ୍ତ ଦର୍ଶନ ଉପସ୍ଥାପନ କରିଥିଲେ। ସେହିବର୍ଷ ଚିକାଗୋରେ ଅନୁଷ୍ଠିତ ଧର୍ମ ସଂସଦରେ ହଠାତ୍ ଭାରତର ଅଜ୍ଞାତ ସାଧୁ ଭାବେ ଖ୍ୟାତି ଲାଭ କରିଥିଲା, ଯେଉଁଠାରେ ସେ ହିନ୍ଦୁ ଧର୍ମର ପ୍ରତିନିଧିତ୍ବ କରିଥିଲେ।
  • ବିବେକାନନ୍ଦ ଉନବିଂଶ ଶତାବ୍ଦୀର ରହସ୍ୟମୟ ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ। ମାତୃଭୂମିର ପୁନଃନିର୍ମାଣ ପାଇଁ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ସେ ମନୁଷ୍ୟ ସୃଷ୍ଟି ଚରିତ୍ର ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲେ।
  • 1902ରେ ବିବେକାନନ୍ଦ ପଶ୍ଚିମବଙ୍ଗର ବେଲୁର ମଠରେ ଦେହ ତ୍ୟାଗ କରିଥିଲେ ଓ ଧ୍ୟାନ ଅବସ୍ଥାରେ ଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା
  • ବିବେକାନନ୍ଦ ଦେଶର ଯୁବକଙ୍କ ସହ ବିଶେଷ ଭାବରେ ଜଡିତ ଥିଲେ ତେଣୁ ସେ ଶିକ୍ଷାଗତ ସଂସ୍କାର ପ୍ରସଙ୍ଗରେ ଜଡିତ ଥିଲେ। ସେ ଲେଖିଛନ୍ତି, ‘ଶିକ୍ଷା ଦ୍ବାରା ମୁଁ ବର୍ତ୍ତମାନର ବ୍ୟବସ୍ଥାକୁ ଉପସ୍ଥାପନା କରିବାକୁ ଚାହୁଁନି କିନ୍ତୁ ସକରାତ୍ମକ ଶିକ୍ଷାଦାନ ଦେବାକୁ ଚାହୁଁଛି । କେବଳ ପୁସ୍ତକ ନୁହେଁ ବରଂ ଶିକ୍ଷା ଦ୍ବାରା ଚରିତ୍ର ଗଠନ ହେଉ ହେଉ ବୋଲି କହୁଥିଲେ ବିବେକାନନ୍ଦ ।

ଯୌବନ ହେଉଛି ଜୀବନର ବସନ୍ତ । ଯେଉଁଠି ଯୌବନ ଅଛି ସେଠି ଅଛି ସୁନ୍ଦରତା ଅଛି ମଧୁରତା । ନିଜ ବୁଦ୍ଧି ବଳ ଓ ବିନମ୍ର ସ୍ବଭାବରେ ହୃଦୟ ଜିଣେ ସେ ହେଲା ଯୁବା । ଯୁବା ସିଏ ଯିଏ ଏକ ସୁସ୍ଥ ସମାଜ ଗଠନ ପାଇଁ ନିଜକୁ ସମର୍ପିତ କରିଥାଏ ।

ABOUT THE AUTHOR

...view details