ଓଡିଶା

odisha

By

Published : Mar 4, 2022, 10:17 AM IST

ETV Bharat / bharat

National Security Day 2022: ଜାଣନ୍ତୁ ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳନର ଲକ୍ଷ୍ୟ

ପ୍ରତିବର୍ଷ ମାର୍ଚ୍ଚ ୪ ତାରିଖରେ ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳନ କରାଯାଏ । ଦେଶର ସୁରକ୍ଷା ସହ ଜଡିତ ପୋଲିସ, ସେନାବାହିନୀ, ସୁରକ୍ଷାକର୍ମୀ ସମ୍ନାନାର୍ଥେ ଏହି ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

National Security Day 2022: ଜାଣନ୍ତୁ ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳନର ଲକ୍ଷ୍ୟ
National Security Day 2022: ଜାଣନ୍ତୁ ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳନର ଲକ୍ଷ୍ୟ

ହାଇଦ୍ରାବାଦ:ପ୍ରତିବର୍ଷ ମାର୍ଚ୍ଚ ୪ ତାରିଖରେ ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳନ କରାଯାଏ । ଦେଶର ସୁରକ୍ଷା ସହ ଜଡିତ ପୋଲିସ, ସେନାବାହିନୀ, ସୁରକ୍ଷାକର୍ମୀ ସମ୍ନାନାର୍ଥେ ଏହି ଦିବସ ପାଳନ କରାଯାଏ । ଏହାସହ ଦେଶବାସୀଙ୍କ ମଧ୍ୟରେ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ରାଷ୍ଟ୍ରୀୟ ସୁରକ୍ଷା ଦିବସର ମୂଳ ଉଦ୍ଧେଶ୍ୟ ।

ଜାତୀୟ ସ୍ତରରେ ନିରାପତ୍ତା ଯୋଗାଇବା ପାଇଁ ୧୯୬୬ ମସିହା ମାର୍ଚ୍ଚ ୪ ତାରିଖରେ ଜାତୀୟ ସୁରକ୍ଷା ପରିଷଦ (NSC) ସ୍ଥାପିତ ହୋଇଥିଲା । ତେବେ ୧୯୭୨ ମସିହା ଠାରୁ ଏହାର ସ୍ଥାପନ ଦିବସକୁ ସୁରକ୍ଷା ଦିବସ ରୂପେ ପାଳନ କରାଯାଇ ଆସୁଛି । ମାର୍ଚ୍ଚ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଏ । ଦୃଢ ସଂସ୍କୃତି, ବୈଜ୍ଞାନିକ ମାନସିକତା, ସୁରକ୍ଷା, ସ୍ବାସ୍ଥ୍ୟ ଉଦ୍ଧେଶ୍ୟରେ ସଙ୍ଗଠିତ ଦୃଷ୍ଟିକୋଣ ଦ୍ବାରା ସମାଜସେବା ଏହି ଦିବସର ଲକ୍ଷ୍ୟ ।

ଚଳିତବର୍ଷର ଥିମ

"ଯୁବ ମନର ପାଳନ ପୋଷଣ, ସୁରକ୍ଷା ସଂସ୍କୃତିର ବିକାଶ ସାଧନ"

ସମ୍ପ୍ରତି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା(NSA) ହେଉଛନ୍ତି ଅଜିତ କୁମାର ଡୋଭାଲ। ଜାତୀୟ ସୁରକ୍ଷା ସହ ଜଡିତ ସମସ୍ୟାର ମୁକାବିଲା ପାଇଁ ସେ NSC ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମ ପରାମର୍ଶଦାତା।

ABOUT THE AUTHOR

...view details