ଓଡିଶା

odisha

ETV Bharat / bharat

National Education Day: ଚିତ୍ରକଳା ମାଧ୍ୟମରେ ଶିଳ୍ପୀ ପ୍ରିୟଙ୍କାଙ୍କ ଶୁଭେଚ୍ଛା

ଆଜି ଦେଶ ପାଳୁଛି ଜାତୀୟ ଶିକ୍ଷା ଦିବସ । ନିଆରା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା । ଅଧିକ ପଢନ୍ତୁ...

By

Published : Nov 11, 2021, 6:18 PM IST

Updated : Nov 11, 2021, 8:50 PM IST

ଆଜି ଜାତୀୟ ଶିକ୍ଷା ଦିବସ, ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ପ୍ରିୟଙ୍କା
ଆଜି ଜାତୀୟ ଶିକ୍ଷା ଦିବସ, ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଡ.ଆବୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ । ଏହି ଦିବସକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳୁଛି ସାରାଦେଶ । ତେବେ ଏହି ଅବସରରେ ଚିତ୍ରକଳାରେ ଶୁଭେଚ୍ଛା ଜଣାଇଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ।

ନିଜର ନିଆରା କଳାକୃତି ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କା ଭିନ୍ନ ଏକ ଶୈଳୀରେ ଜାତୀୟ ଶିକ୍ଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଫ୍ରିଜ୍ କଭର ଓ ପ୍ରାକୃତିକ ରଙ୍ଗ ବ୍ୟବହାର କରି ପ୍ରସ୍ତୁତ ଦୁଇଟି ଚିତ୍ର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ପ୍ରୟିଙ୍କା । ଗୋଟିଏ ଚିତ୍ରରେ ଜଣେ ଶିଶୁ ଶ୍ରମିକ ନଜର ଆସୁଥିବାବେଳେ ଅନ୍ୟ ଚିତ୍ରରେ ଜଣେ ଶିଶୁ ବିଦ୍ୟାର୍ଥୀ କମ୍ପ୍ୟୁଟରରେ କାମ କରୁଥିବା ଦେଖିବାକୁ ମିଳିଛି ।

ଏହି ଦୁଇ ଚିତ୍ରରେ ମଧ୍ୟରେ ଥିବା ପାର୍ଥକ୍ୟରେ ଶିକ୍ଷାର ଗୁରୁତ୍ବ ଓ ଶିକ୍ଷା କେମିତି ସମାଜରେ ପରିବର୍ତ୍ତନ ଆଣେ, ତାହା ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ପ୍ରିୟଙ୍କା । ସେହିପରି ସେ ପ୍ରଥମ ଶିକ୍ଷାମନ୍ତ୍ରୀ ଡ.ଆଜାଦଙ୍କୁ ମନେ ପକାଇ ଶିକ୍ଷା ବର୍ତ୍ତମାନ ସମୟର ଏକ ମୌଳିକ ଅଧିକାର ବୋଲି ଟ୍ବିଟରରେ ପୋଷ୍ଟ କରିଛନ୍ତି ଶିଳ୍ପୀ ପ୍ରିୟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2021, 8:50 PM IST

ABOUT THE AUTHOR

...view details