ଓଡିଶା

odisha

ETV Bharat / bharat

Religion Conversion for Marriage: ବାପା ହୋଇଥିଲା ହିନ୍ଦୁରୁ ମୁସଲିମ, ପୁଅ ହେଲା ହିନ୍ଦୁ

ପ୍ରେମ ବିବାହ ବାପା ସାଜିଥିଲା ହିନ୍ଦୁରୁ ମୁସଲିମ । ଏବେ ପୁଅ ବିବାହ ପାଇଁ ମୁସଲିମରୁ ପାଲଟିଛି ହିନ୍ଦୁ । ଅଧିକ ପଢନ୍ତୁ

Religion Conversion for Marriage
Religion Conversion for Marriage

By

Published : Jun 16, 2023, 10:09 PM IST

ଭୋପାଳ: ପ୍ରେମିକାକୁ ବିବାହ କରିବା ଲାଗି ବାପା ପରେ ପିତା ପରିବର୍ତ୍ତନ କରିଲା ଧର୍ମ । ନିଜ ପ୍ରେମିକାକୁ ଜୀବନ ସାଥୀ କରିବା ଲାଗି ବାପା ପ୍ରଥମେ ହିନ୍ଦୁରୁ ମୁସଲିମ ହୋଇଥିବା ବେଳେ ଏବେ ପୁଅ ମୁସଲିମରୁ ହିନ୍ଦୁ ଧର୍ମ ଗ୍ରହଣ କରିଛି । ଏହି ନିଆରା ବିବାହକୁ ନେଇ ଏବେ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରେ ବେଶ ଚର୍ଚ୍ଚା । ଫଜିଲ ଖାନରୁ ଅମନ ରାୟ ହୋଇଥିବା ଯୁବକ ବୈଦିକ ରୀତିନୀତିରେ ପ୍ରେମିକା ସୋନାଲିଙ୍କୁ ବିବାହ କରିଛନ୍ତି ।

ଫଜିଲ ଖାନ ଜଣକ ଆମଗାଁର ଅଧିବାସୀ ହୋଇଥିବା ବେଳେ ସେ ହିନ୍ଦୁ ଯୁବତୀ ସୋନାଲିକୁ ପ୍ରେମ କରି ବସିଥିଲେ । ଏଥିଲାଗି ପ୍ରଥମେ ଦୁହେଁ ବିବାହ ଲାଗି ଆବେଦନ କରିଥିଲେ । ଏହାପରେ ସେ ନିଜ ସମ୍ପର୍କୀୟଙ୍କ ସହିତ ରାମମନ୍ଦିର ଯାଇ ପ୍ରଥମେ ସନାତନ ଧର୍ମ ଗ୍ରହଣ କରିଥିଲେ । ଏହାପରେ ହିନ୍ଦୁ ରୀତିନୀତି ଅନୁଯାୟୀ ସାତ ଫେରେ ସହିତ ସୋନାଲିଙ୍କୁ ଜୀବନ ସାଥୀ କରିଛନ୍ତି । ସେ ରାମଚରିତ ମାନସ ଧରି ଫଜିଲ ଖାନରୁ ଅମନ ରାୟ ପାଲଟି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଅମନଙ୍କ କହିବା ଅନୁସାରେ ତାଙ୍କ ପିତା ପ୍ରଥମେ ହିନ୍ଦୁ ଥିଲେ । ସେ ମଧ୍ୟ ପ୍ରେମ ବ୍ୟାପାରକୁ ନେଇ ପୁରଣ ମେହରାରୁ ଶେଖ ଅବଦୁଲ ସାଜିଥିଲେ ।

ଏହା ବି ପଢନ୍ତୁ- Azan played in School: ଘରୋଇ ବିଦ୍ୟାଳୟରେ ବାଜିଲା ଆଜାନ, ଶିକ୍ଷକ ନିଲମ୍ବିତ

ନବବଧୂ ସାଜିଥିବା ସୋନାଲିଙ୍କ କହିବା ମୁତାବକ ସେ ଗତ 5ବର୍ଷ ଧରି ଫଜିଲ ଖାନ ଓରଫ ଅମନଙ୍କୁ ପ୍ରେମ କରୁଥିଲେ । ଏହାପରେ ପରସ୍ପର ବିବାହ କରିବା ଲାଗି ମନସ୍ଥ କରିଥିଲେ । ଫଜିଲ ମୁସଲମାନ ହୋଇଥିବା ବେଳେ ଏ ନେଇ ସୋନାଲିଙ୍କ କୌଣସି ଆପତ୍ତି ନଥିଲା ଏବଂ ଫଜିଲ ପୂର୍ବରୁ ହିନ୍ଦୁ ଥିଲେ ବୋଲି ସେ ଜାଣିଥିବା କହିଛନ୍ତି । ଏହାପରେ ଫଜିଲ ନିଜ ଧର୍ମ ପରିବର୍ତ୍ତନ ଲାଗି ରାଜି ଥିବା ମଧ୍ୟ କହିଥିଲେ । ଏହାପରେ ଉଭୟଙ୍କ ସମ୍ମତିରେ ଫଜିଲ ଧର୍ମ ପରିବର୍ତ୍ତନ କରିବା ପରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସୋନାଲିଙ୍କୁ ବିବାହ କରିଛନ୍ତି ।

ଜବଲପୁରରେ ପ୍ରେମ ପ୍ରସଙ୍ଗକୁ ନେଇ ଅନେକ ହିନ୍ଦୁ ଯୁବତୀ ମୁସଲିମ ଧର୍ମ ଗ୍ରହଣ କରୁଥିବା ଦେଖିବାକୁ ମିଳୁଥିଲା । ଯୁବତୀମାନେ ମୁସଲିମ ଧର୍ମ ଗ୍ରହଣ କରିବା ପରେ ଏପରିକି ପରିବାର ପିଣ୍ଡଦାନ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଏଠାରେ ଜଣେ ଯୁବକ ପ୍ରେମ ବିବାହ ନେଇ ନିଜ ଧର୍ମ ପରିବର୍ତ୍ତନ କରିଥିବା ଘଟଣା ବିରଳ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details