ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ଅଭିମୁଖେ ନରେନ୍ଦ୍ର ସିଂ ତୋମାର, ବିଧାୟକ ଦଳ ବୈଠକରେ ଦେବେ ଯୋଗ - ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ । ଏନେଇ ଆଜି ବସିବ ବିଧାୟକ ଦଳର ବୈଠକ । ଏହା ପୂର୍ବରୁ ଉତ୍ତରାଖଣ୍ଡ ଅଭିମୁଖେ ବାହାରିଛନ୍ତି ନରେନ୍ଦ୍ର ସିଂ ତୋମାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଅଭିମୁଖ୍ୟେ ନରେନ୍ଦ୍ର ସିଂ ତୋମାର, ବିଧାୟକ ଦଳ ବୈଠକରେ ଦେବେ ଯୋଗ
ଉତ୍ତରାଖଣ୍ଡ ଅଭିମୁଖ୍ୟେ ନରେନ୍ଦ୍ର ସିଂ ତୋମାର, ବିଧାୟକ ଦଳ ବୈଠକରେ ଦେବେ ଯୋଗ

By

Published : Jul 3, 2021, 11:17 AM IST

ଡେରାଡୁନ:ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂଙ୍କ ଇସ୍ତଫା ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଅପରାହ୍ନ 3ଟାରେ ବସିବ ବିଧାୟକ ଦଳର ବୈଠକ । ବୈଠକରେ ଯୋଗ ଦେବା ପାଇଁ ଆଜି ଉତ୍ତରାଖଣ୍ଡ ଗସ୍ତରେ ବାହାରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତକାଲି ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ନିକଟରେ ସିଏମ ତୀରଥ ସିଂ ଇସ୍ତଫା ପତ୍ର ଦାଖଲ କରିଥିଲେ ।

ଏହି ବୈଠକକୁ ପରିଚାଳନା କରିବା ପାଇଁ ନରେନ୍ଦ୍ର ସିଂ ତୋମାର ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡ ଆଭିମୁଖେ ବାହାରିଛନ୍ତି । ସେଠାରେ ପହଞ୍ଚି ଅପରାହ୍ନ 3ଟାରେ ଦଳୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ତୋମାରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।

ସୂଚନାଥାଉକି, ଉତ୍ତରାଖଣ୍ଡ ପୌଡିର ଲୋକସଭା ସାଂସଦ ତୀରଥ ସିଂ ରାୱତ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଗତକାଲି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ 3 ଦିନ ହେବ ବିଜେପିର ଘମାଘୋଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଯାହା ସତ ସାବ୍ୟସ୍ତ ହୋଇଥିଲା ।

ଦିଲ୍ଲୀରେ ବୈଠକ ପରେ ତୀରଥ ସିଂହ ରାୱତ ଦଳୀୟ ଅଧ୍ୟକ୍ଷଙ୍କୁ ଇସ୍ତଫା ବାବଦରେ ଜଣାଇ ଡେରାଡୁନ ଫେରିଥିଲେ । ଏହାପରେ ଶୁକ୍ରବାର ରାତି 11ରେ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିଲେ । ମାତ୍ର 4 ମାସ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ସେ ଇସ୍ତଫା ଦେଇଛନ୍ତି । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ଅଳଙ୍କୃତ କରାଯିବ ସେନେଇ ଆଜି ଡେରାଡୁନରେ ଏକ ବିଧାୟକ ଦଳ ବୈଠକ ବସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details