ଓଡିଶା

odisha

ETV Bharat / bharat

ଆଜିଠୁ ପୁରୀରୁ ରାଉରକେଲାକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ବନ୍ଦେ ଭାରତ ଏକ୍ସପ୍ରେସ

ଆଜି 9ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। 11ଟି ରାଜ୍ୟରେ ଯୋଗଯୋଗ କ୍ଷେତ୍ରରେଉନନ୍ତିଆଣିବ ଏହି ସବୁ ଟ୍ରେନ। ଅଧିକ ପଢନ୍ତୁ

Modi to flag off nine Vande Bharat Express
Modi to flag off nine Vande Bharat Express

By ETV Bharat Odisha Team

Published : Sep 24, 2023, 7:13 AM IST

ନୂଆଦିଲ୍ଲୀ:ଆଜି ଦେଶକୁ ଏକା ସଙ୍ଗେ ମିଳିବ 9ଟି ବନ୍ଦେ ଭାରତ ଏକ୍ସପ୍ରେସ । ଯାହା 11ଟି ରାଜ୍ୟରେ ଗମନାଗମନର ସୁବିଧା ପ୍ରଦାନ କରିବ । ଏହି କ୍ରମରେ ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ । ଆଜି ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଯୋଗେ ୯ଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନ ହେବାକୁ ଥିବା ବନ୍ଦେ ଭାରତ ଟ୍ରେନ୍‌ଗୁଡ଼ିକ ପୁରା ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ । ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ କ୍ଷେତ୍ରରେ ସୁବିଧା ଆଣିବ ଏହି 9ଟି ବନ୍ଦେ ଭାରତ ଏକ୍ସପ୍ରେସ ।

9ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ

ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଉଦୟପୁର - ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌

ତିରୁନେଲଭେଲି - ମଦୁରାଇ - ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌

ହାଇଦ୍ରାବାଦ - ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌

ବିଜୟୱାଡା - ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌

ପାଟନା - ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

କାସରଗୋଡ - ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ

ରାଞ୍ଚି - ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଜାମନଗର - ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ, ରାଉରକେଲାରୁ ଭୁବନେଶ୍ୱରକୁ ସଂଯୋଗ କରିବ

ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୬ ଦିନ ଚଳାଚଳ କରିବ । ସପ୍ତାହକୁ ଗୋଟିଏ ଦିନ ଅର୍ଥାତ ଶନିବାର ବନ୍ଦ ରହିବ । ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡି ମଧ୍ୟାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ । ସେହପରି ଫେରିବା ମାର୍ଗରେ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଅପରାହ୍ନ ୨ଟା ୧୦ରେ ଛାଡିବ ଓ ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ । ଏହି ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହିବ । ଓଡ଼ିଶାର ଏହାର ଦ୍ବିତୀୟ ବନ୍ଦେଭାରତ ଏକ୍ସପ୍ରେସ ।

ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବ ରାଉରକେଲା-ଭୁବନେଶ୍ୱର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି-ମଦୁରାଇ-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏଥିସହିତ ବିଜୟୱାଡ଼ା-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ କରିବ ।

ABOUT THE AUTHOR

...view details