ଓଡିଶା

odisha

By

Published : Sep 13, 2022, 7:00 PM IST

ETV Bharat / bharat

Nabanna Chalo March: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତା

ବଙ୍ଗ ବିଜେପିର ନବାନ୍ନ ଚଲୋ ଅଭିଯାନ (Nabanna Chalo) । ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସମତେ ଅନେକ ନେତାଙ୍କୁ ଉଠାଇ ନେଲା ପୋଲିସ । ଅଧିକାରୀ କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତା । ଅଧିକ ପଢନ୍ତୁ

Nabanna Chalo march: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତା
Nabanna Chalo march: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତାNabanna Chalo march: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତାNabanna Chalo march: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତାNabanna Chalo march: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତା

କୋଲକାତା: ପଶ୍ଚିମବଙ୍ଗ ପ୍ରଦେଶ ବିଜେପି ପକ୍ଷରୁ କୋଲକାତାରେ ଆୟୋଜିତ ‘ନବାନ୍ନ ଚୋଲୋ’ (Nabanna Chalo) ପ୍ରତିବାଦ ଶୋଭାଯାତ୍ରା ବେଳେ ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ବ ନେଉଥିବା ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ (bengal bjp leader Suvendu Adhikari), ସାଂସଦ ଲୋକେଟ ଚାଟାର୍ଜୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଛି ।

ହଜାର ହଜାର ବିଜେପି କାର୍ଯ୍ୟକର୍ତ୍ତା ରାଜ୍ୟ ସଚିବାଳୟ ‘ନବାନ୍ନ’ ଘେରାଉ କରିବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସ ସେମାନଙ୍କୁ ରୋକିବା ପାଇଁ ବାରିକେଡ ଲଗାଇବା ସହ ପାଣି ମାଡ ମଧ୍ୟ କରିଥିଲା । ସ୍ଥିତି ଅଣାୟତ ହେବା ସହ ପୋଲିସ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। କିଛି ସ୍ଥାନରେ ଲୁହ ବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା ବିଜେପି । ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ନେଇଛି । ରାଜ୍ୟ ପୋଲିର କର୍ଯ୍ୟାନୁଷ୍ଠାନରେ, ଶୁଭେନ୍ଦୁ ଅଧିକାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଉତ୍ତର କୋରିଆରେ ପରିଣତ କରି ସାରିଲେଣି । ମମତା ବଙ୍ଗବାସୀଙ୍କ ସମର୍ଥନ ହରାଇ ସାରିଛନ୍ତି ବୋଲି ଅଧିକାରୀ କହିଥିଲେ । କିଛି ବିଜେପି କର୍ମୀ ମଧ୍ୟ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ଆସିଛି ।

ଅନ୍ୟପଟେ ଏହି ଶୋଭାଯାତ୍ରା ପାଇଁ ହାଓ୍ବଡା ପୋଲ ସମ୍ପୂର୍ଣ୍ଣ ଜାମ ହୋଇ ଯାଇଥିଲା । ସହରର ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ଗାଡି ଚଳାଚଳ ଓ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶୁଭେନ୍ଦୁ ଅଧିକାରୀ, ଚାଟାର୍ଜୀ, ରାହୁଲ ସିହ୍ନା ପ୍ରମୁଖଙ୍କୁ ପୋଲିସ ଲାଲବଜାରରେ ଥିବା ପୋଲିସ ମୁଖ୍ୟାଳୟକୁ ନେଇ ଅଟକ ରଖିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ବେଳେ ଅଧିକାରୀ (bengal bjp leader Suvendu Adhikari) କହିଛନ୍ତି, ‘‘ମମତା ରାଜ୍ୟବାସୀଙ୍କ ସମର୍ଥନ ହରାଇ ସାରିଛି । ରାଜ୍ୟରେ ମମତା ଏକଛତ୍ରବାଦ ଚଳାଇଛନ୍ତି । ପଶ୍ଚିମବଙ୍ଗକୁ ଉତ୍ତର କୋରିଆରେ ପରିଣତ କରିସାରିଲେଣି । ରାଜ୍ୟରେ ଗତକାଲି ଠାରୁ ପୋଲିସ ଯାହା କରୁଛ ତାହାର ମଧ୍ୟ ଫଳାଫଳ ସାମ୍ନାକୁ ଆସିବ ।’’ ପଶ୍ଚିମବଙ୍ଗ ବିଜେପି କହିଛି, ଏହା କେବଳ ବିଜେପିର ପ୍ରତିବାଦ ନୁହେଁ, ବରଂ ଏହା ପ୍ରତ୍ୟେକ ସାଧାରଣ ବଙ୍ଗବାସୀଙ୍କ ମମତା ସରକାର ଉପରେ ଆକ୍ରୋଷ । ମମତା ସରକାର ପୋଲିସ ଲଗାଇ ଏହି ପ୍ରତିବାଦକୁ ଦମନ କରିବାକୁ ଚାହୁଁଛି ।

ତେବେ ଏହାରି ମଧ୍ୟରେ ଭିନ୍ନ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ପୋଲିସ ରାସ୍ତାରେ ବାରିକେଡ ଲଗାଇ ବିଜେପି କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରିବା ବେଳେ କିଛି ବିଜେପି କର୍ମୀ ତ୍ରିବେଣୀ ନଦୀରେ ଡଙ୍ଗା ଦ୍ବାରା ଆସି ନବାନ୍ନ ଘେରିବାକୁ ପ୍ରାୟାସ କରିଛନ୍ତି । ସେମାନେ ଡଙ୍ଗାରେ ହାତରେ ବିଜେପି ପତାକା ଧରି ମମତା ସରକାର ବିରୋଧରେ ନାରାବାଜୀ କରି ପହଞ୍ଚିବା ପରେ ପୋଲିସ ତାଙ୍କୁ ରୋକିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details