ନୂଆଦିଲ୍ଲୀ: ନିଜର କାର୍ଯ୍ୟଶୈଳୀ ପାଇଁ ରାଜନୀତି ଠାରୁ ଭିନ୍ନ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କଂଗ୍ରେସ ଉପରେ ବଡ ବୟାନ ଦେଇଛନ୍ତି ନୀତିନ ଗଡକାରୀ । ମହାରାଷ୍ଟ୍ର କନାପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତିନ ଗଡକରୀ କହିଛନ୍ତି, ''ମୋତେ ମୋର ଜଣେ ବନ୍ଧୁ କଂଗ୍ରେସରେ ସାମିଲ ହେବାକୁ ଉପଦେଶ ଦେଇଥିଲେ । ମୁଁ ତାଙ୍କୁ କହିଥିଲି କଂଗ୍ରେସରେ ସାମିଲ ହେବା ବଦଳରେ ମୁଁ କୂଅରେ ବୁଡି ଯିବାକୁ ପସନ୍ଦ କରିବି । ମୋତେ କଂଗ୍ରେସର ବିଚାରଧାରା ପସନ୍ଦ ନୁହେଁ ।'' ମନ୍ତ୍ରୀଙ୍କ ବୟାନ ପରେ ଚର୍ଚ୍ଚା ଜୋର ଧରିଛି ।
ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ''ତୁମକୁ ଯେବେ ସଫଳତା ମିଳେ ତ ତାର ଖୁସି ଯଦି ତୁମକୁ ଏକା ହୁଏ ତେବେ ତାହା ମୂଲ୍ୟହୀନ । ମାତ୍ର ତୁମକୁ ଯେବେ ସଫଳତା ମିଳୁଛି ତୁମଠୁ ଅଧିକ ଖୁସି ତୁମ ସହ କାମ କରୁଥିବା ଲୋକଙ୍କୁ ହୁଏ ତେବେ ସଫଳତାର ଅସଲ ଅର୍ଥ ମିଳିଥାଏ । କେବେ ବି ୟୁଜ ଆଣ୍ଡ ଥ୍ରୋ ଭଳି କାମ କରିବା ଉଚିତ ନୁହେଁ । ଭଲ ଦିନ ହେଉ ବା ଖରାପ ଦିନ ଯାହା ହାତ ଧରିଛ ତାକୁ ଛାଡନାହିଁ । ପରିସ୍ଥିତି ଦେଖି ବଦଳିବା କଥା ନୁହେଁ ।''