ଓଡିଶା

odisha

ETV Bharat / bharat

ଭାରତରେ କୋରୋନାର ନୂଆ ଭ୍ୟାରିଏଣ୍ଟ N-440K ଚିହ୍ନଟ - CCMB

ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) କୋରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ N-440K ଚିହ୍ନଟ କରିଛି । B1.617 ଏବଂ B1.618 ପରେ ଏହା ହେଉଛି କୋରୋନାର ନୂଆ ରୂପ । ଏହା ପ୍ରଥମେ ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ମିଳିଛି । ଅଧିକ ପଢନ୍ତୁ...

ଭାରତରେ କୋରୋନାର ନୂଆ ଭ୍ୟାରିଏଣ୍ଟ N-440K ଚିହ୍ନଟ
ଭାରତରେ କୋରୋନାର ନୂଆ ଭ୍ୟାରିଏଣ୍ଟ N-440K ଚିହ୍ନଟ

By

Published : May 4, 2021, 8:13 PM IST

ହାଇଦ୍ରାବାଦ: କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଥିବାବେଳେ ଭାରତରେ ସାମ୍ନାକୁ ଆସିଛି ଭୂତାଣୁର ଆଉ ଏକ ଭୟାବହ ରୂପ । ବର୍ତ୍ତମାନ ଭାରତରେ ଥିବା ତୃତୀୟ ମ୍ୟୁଟାଣ୍ଟ ଅପେକ୍ଷା 10 ଗୁଣ ଅଧିକ ସଂକ୍ରମଣ କ୍ଷମତା ସହ ଏହି ନୂଆ ପ୍ରକାରର ଭାଇରସ ବ୍ୟାପିବାର ଆଶଙ୍କା ରହିଛି । ତେବେ ସାମ୍ନାକୁ ଆସିଥିବା ନୂଆ ଭ୍ୟାରିଏଣ୍ଚ ଏହା ତୁଳନାରେ ଅଧିକ ବିପଦଜନକ ବୋଲି ଜଣାପଡିଛି ।

ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) କୋରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ N-440K ଚିହ୍ନଟ କରିଛି । B1.617 ଏବଂ B1.618 ପରେ ଏହା ହେଉଛି କୋରୋନାର ନୂଆ ରୂପ । ଏହା ପ୍ରଥମେ ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ମିଳିଛି । ଏହାକୁ ନେଇ ବିଶାଖାପାଟନମ୍ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ କେଳିଯାଇଛି ।

ବୈଜ୍ଞାନିକଙ୍କ ଅନୁଯାୟୀ, କୋରୋନାର N440K ପ୍ରକାର ମୁଖ୍ୟତଃ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ ତଥା ମହାରାଷ୍ଟ୍ର ଏବଂ ଛତିଶଗଡର କିଛି ଅଂଶରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details