ଓଡିଶା

odisha

ETV Bharat / bharat

ନିଆରା ପରମ୍ପରା, ଏଠି ଟର୍ଚ୍ଚ ଆଲୋକରେ ମେଲାଣି ନିଅନ୍ତି ମା’ - ଦଶହରା ପର୍ବ

କୋଲକାତାରେ ଦଶହରା ପର୍ବ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏଠାରେ ଖୁବ ଧୁମଧାମରେ ମାଙ୍କୁ ବିସର୍ଜନ କରାଯାଇଛି । ଟର୍ଚ୍ଚ ଆଲୋକରେ ଦେବୀ ଦୁର୍ଗାଙ୍କୁ ବିସର୍ଜନ କଲେ ଭକ୍ତ । ଅଧିକ ପଢନ୍ତୁ

ନିଆରା ପରମ୍ପରା,  ଟର୍ଚ୍ଚ ଆଲୋକରେ ଦେବୀ ଦୁର୍ଗାଙ୍କୁ ବିର୍ଜନ କଲେ ଭକ୍ତ
ନିଆରା ପରମ୍ପରା, ଟର୍ଚ୍ଚ ଆଲୋକରେ ଦେବୀ ଦୁର୍ଗାଙ୍କୁ ବିର୍ଜନ କଲେ ଭକ୍ତ

By

Published : Oct 7, 2022, 9:18 AM IST

କୋଲକାତା:ଶେଷ ହୋଇଛି ଦଶହରା ପର୍ବ । ଜାରି ରହିଛି ଦେବୀ ଦୁର୍ଗାଙ୍କ ବିସର୍ଜନ । ୧୦ ଦିନର ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମାଆ । ଘଣ୍ଟଘଣ୍ଟାରେ କମ୍ପୁଛି ଚତୁର୍ଦିଗ । କୋଲକାତାରେ ଦଶହରା ପର୍ବ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏଠାରେ ଖୁବ ଧୁମଧାମରେ ମାଆଙ୍କୁ ବିସର୍ଜନ କରାଯାଇଛି । ଗତ(ବୁଧବାର) ରାତିରେ ମାଆଙ୍କ ଭସାଣ ଆରମ୍ଭ ହୋଇଥିବା ବେଳେ ଏକ ନିଆରା ଶୈଳୀରେ ମାଆଙ୍କ ଭସାଣ କରାଯାଉଥିବା ଦେଖିବାକୁ ମିଳିଛି ।

ଅନେକ ସ୍ଥାନରେ ମାଆଙ୍କୁ ରଙ୍ଗୀନ ଆଲୋକ ସାଙ୍ଗକୁ ଘଣ୍ଟଘଣ୍ଟା ଓ ସିଂଘ ବାଜାରେ ତାଳେ ତାଳେ ବିଦାୟ ଦିଆଯାଉଥିବା ବେଳେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ବିଜୟ ଦଶମୀରେ ମାଆଙ୍କୁ ଟର୍ଚ୍ଚ ଲାଇଟ ଓ ମୋବାଇଲ ଫ୍ଲାସ ଲାଇଟରେ ସତୀଘାଟରେ ବିସର୍ଜନ କରାଯାଇଛି । ତିନି ଜଣ ମୁସଲମାନ ଯୁବକ ମାଆଙ୍କୁ ଏଭଳି ଢଙ୍ଗରେ ବିଦାୟ ଦେଇଛନ୍ତି । ତେବେ ଏହା ଏକ ପରମ୍ପରା ବୋଲି କୁହାଯାଉଛି, ପ୍ରାୟ ୧୦୦ ବର୍ଷ ହେବ ଏପରି ପରମ୍ପରା ଚାଲି ଆସିଛୁ । ଏଠାକାର ମୁସଲିମ ସମ୍ପ୍ରଦାୟ କାହିଁ କେଉଁ କାଳରୁ ମାଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି । ପୂର୍ବରୁ ଦୀପ ଏବଂ ମହମବତୀ ଆଲୋକରେ ଦେବୀଙ୍କୁ ବିସର୍ଜନ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି । ଚଞ୍ଚଲ ଗ୍ରାମରେ ପାହାଡପୁର ଚଣ୍ଡି ମନ୍ଦିରରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ମହାନନ୍ଦାର ସତିଘାଟରରେ ଏହି ପରମ୍ପରା ରହି ଆସିଛି ।

ଏହା ମଧ୍ୟ ପଢନ୍ତୁ-ଭାଙ୍ଗିଲା ୧୫୦ବର୍ଷର ପରମ୍ପରା, ଜଳିଲାନି ରାବଣ ପୁତଳା

ଏଠାରେ ବସବାସ କରୁଥିବା ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୂର୍ବରୁ ସତୀଘାଟ ନିକଟ ଗ୍ରାମରେ ମହାମାରୀ ବ୍ୟାପିଥିଲା । ଅଜଣା ରୋଗରୁ ବଞ୍ଚିବା ପାଇଁ ଏଠାକାର ଲୋକେ ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ପଳାୟନ କରୁଥିଲେ । ସେହି ସମୟରେ ସୋରଗାଛି ଗାଁର ଜଣେ ମୁସଲମାନ ବ୍ୟକ୍ତିଙ୍କୁ ମାଆ ସ୍ବପ୍ନାଦେଶ କରିଥିଲେ । ବିଜୟା ଦଶମୀ ପରେ ବିସର୍ଜନ ସମୟରେ ନଦୀ ଘାଟକୁ ଯିବା ପାଇଁ ମା ତାଙ୍କୁ ଆଲୋକ ଦେଖାଇବାକୁ କହିଥିଲେ । ଏହାପରେ ମାଆ ଦୁର୍ଗା କୈଳାଶ ରାସ୍ତାର ଥିବା ନଦୀରେ ପ୍ରବେଶ କରିଥିଲେ । ଦେବୀଙ୍କ ଏହି ସ୍ବପ୍ନାଦେଶ ପରେ ସମଗ୍ର ସୋରଗାଛି ଗାଁରେ ଦଶହରାରେ ମାଆ ଦୁର୍ଗାଙ୍କୁ ବିସର୍ଜନ ସମୟରେ ଦୀପର ଆଲୋକରେ ନଦୀ ଘାଟକୁ ନିଆଯାଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ରହି ଆସିଛି । ଯାହା ଚଳିତ ବର୍ଷ ମାଲଦା ଜିଲ୍ଲାରେ ଦେବୀଙ୍କ ବିସର୍ଜନ ସମୟରେ ଦେଖିବାକୁ ମିଳିଥିଲା । ଏନେଇ​​ ଗାଁର ବାସିନ୍ଦା କହିଛନ୍ତି ଯେ 'ମୁଁ ଶୁଣିଛି ଯେ ଦେବୀ ଗାଁରେ ମହାମାରୀରୁ ମୁକ୍ତି ପାଇବା ପାଇଁ ସ୍ୱପ୍ନରେ ଆସି ଏହି ନିର୍ଦ୍ଦେଶ ଦେଇଥିଲେ । ଆମର ପିତୃପୁରୁଷମାନେ ମଧ୍ୟ ବିଜୟା ଦଶମୀରେ ଦେବୀଙ୍କୁ ବିସର୍ଜନ ସମୟରେ ଆଲୋକ ଦେଖାଇଥିଲେ।

ABOUT THE AUTHOR

...view details