ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ରାମକୋଲାରେ ଅଭାବନୀୟ ଘଟଣା । ଭାଜପା ସମର୍ଥକ ଜଣେ ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ରାଜ୍ୟରେ ବିଜେପିର ସଫଳତାରେ ଖୁସି ହୋଇ ମିଠା ବାଣ୍ଟିବା ଯୁବକ ଜଣଙ୍କୁ ମହଙ୍ଗା ପଡିଲା । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ କହିଛନ୍ତି ସିଏମ ଯୋଗୀ ।
ମୃତକ ଜଣକ ହେଲେ ବାବର । ତାଙ୍କ ପରିବାରର କହିବା ଅନୁସାରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବାବର ଭାଜପା ପାଇଁ ପ୍ରଚାର କରୁଥିଲେ । ଏ ନେଇ ତାଙ୍କ ପଡୋଶୀ ରାଗରେ ଗର ଗର ହେଉଥିଲେ । ଅନେକ ଥର ବାବରଙ୍କୁ ପ୍ରଚାର ନ କରିବାକୁ କହିଥିଲେ । ଏପରି ନ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ବାବର ରାମକୋଲା ଥାନାରେ ଅଭିଯୋଗ କରିଥିଲେ । କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଦୁର୍ବୃତ୍ତଙ୍କ ସାହାସ ବଢିଥିଲା । ୨୦ ମାର୍ଚ୍ଚରେ ଦୋକାନରୁ ଫେରୁଥିବାବେଳେ ବାବର ଜୟ ଶ୍ରୀରାମ ନାରା ଲଗାଇଥିଲେ ତ ଆଜିମୁଲ୍ଲାହ, ଆରିଫ, ତାହିଦ୍, ପରବେଜ କ୍ରୋଧିତ ହୋଇ ବାବର ଉପରେ ଆକ୍ରମଣ କରିଥିଲେ।