ଓଡିଶା

odisha

By

Published : Apr 20, 2021, 2:14 PM IST

ETV Bharat / bharat

ମୃତଦେହକୁ କାନ୍ଧ ଦେଲେ ମୁସଲିମ ଯୁବକ, ଅନ୍ତିମ ସଂସ୍କାର ପରେ ଭାଙ୍ଗିଲେ ରୋଜା

ମହାରାଷ୍ଟ୍ରର ନାଗପୁର ସହରରେ ଦେଖିବାକୁ ମିଳିଛି ମାନବିକତାର ନୂଆ ଉଦାହରଣ । ଯେଉଁଠି ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମୁସଲିମ ଯୁବକ । ଅଧିକ ପଢନ୍ତୁ...

ମୃତଦେହକୁ କାନ୍ଧ ଦେଲେ ମୁସଲିମ ଯୁବକ
ମୃତଦେହକୁ କାନ୍ଧ ଦେଲେ ମୁସଲିମ ଯୁବକ

ନାଗପୁର: କୋରୋନା ମହାମାରୀର ମହାତାଣ୍ଡବ ମଧ୍ୟରେ ଗୋଟିଏ ପଟେ ମାନବିକତା ଲଜ୍ଜିତ ହେଉଛି ତ ଅନ୍ୟପଟେ ମାନବିକତାକୁ ନେଇ ସାମ୍ନାକୁ ଆସୁଛି ନୂଆ ଉଦାହରଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁର ସହରରେ । ଯେଉଁଠି ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ମୁସଲିମ ଯୁବକ ।

ମୃତଦେହକୁ କାନ୍ଧ ଦେଲେ ମୁସଲିମ ଯୁବକ

ସୂଚନା ଅନୁସାର, ନାଗପୁରରେ ରହିଥିବା ଶ୍ରୀରାମ ବେଲଖୋଡେ ନାମକ ଜଣେ ବ୍ୟକ୍ତିଙ୍କ ହୃତଘାତରେ ମୃତ୍ୟୁ ହୋଇଥିଲା । ହେଲେ କୋରୋନାକୁ ଡରି ତାଙ୍କ ଆଖପାଖର ପଡିଶା ଘର ଶବକୁ ମଶାଣୀ ଯାଏଁ ନେବା ପରିବର୍ତ୍ତେ ଭୟରେ କବାଟ ବନ୍ଦ କରିଦେଇଥିଲେ ।

ଏହି କାରଣରୁ ଦୀର୍ଘ 5 ଘଣ୍ଟା ଧରି ତାଙ୍କ ମୃତଦେହ ଘରେ ପଡିରହିଥିଲା ।ଏହି ଖବର ଶୁଣିବା ପରେ ସଲମାନ ରଫିକ ନାମକ ଜଣେ ସହୃଦୟ ଯୁବକ ମୃତଦେହର ଅନ୍ତିମ ସତ୍କାର ପାଇଁ ଆଗକୁ ଆସିଥିଲେ । ସେ ନିଜର କିଛି ବନ୍ଧୁମାନଙ୍କ ସହାୟତାରେ ଅନ୍ତିମ ସଂସ୍କାର ପାଇଁ ସାମଗ୍ରୀ ଆଣିଥିଲେ । ଏହାପରେ ଶ୍ରୀରାମଙ୍କ ମୃତଦେହକୁ ନିଜ କାନ୍ଧ ଦେଇ ପୂରା ହିନ୍ଦୁ ରୀତିନୀତି ଅନୁଯାୟୀ, ମୃତଦେହର ଶବ ସତ୍କାର କରିଛନ୍ତି ।

ଅନ୍ତିମ ସଂସ୍କାର କରିବା ପରେ ସଲମାନ ନିଜ ରମଜାନ ମାସରେ ରଖିଥିବା ରୋଜା ଭାଙ୍ଗିଥିଲେ । ତାଙ୍କର ଏହି ଆଦର୍ଶ ମାନବୀୟ କର୍ଯ୍ୟକୁ ଏବେ ସବୁ ଦିଗରୁ ପ୍ରଶଂସା କରାଯାଉଛି। କେବଳ ଏତିକି ନୁହେଁ, ଏ ବିଷୟରେ ସୂଚନା ପାଇବା ପରେ ଗଣମାଧ୍ୟମ କର୍ମଚାରୀମାନେ ତାଙ୍କର ସାକ୍ଷାତକାର ଦେବାକୁ କହିବାରୁ ମୋତେ ପ୍ରସିଦ୍ଧି ଦରକାର ନାହିଁ, କହି କ୍ୟାମେରା ସାମ୍ନାରେ କହିବାକୁ ମନା କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details