ଶ୍ରୀନଗର: ଏକତା ମଧ୍ୟରେ ବିଭିନ୍ନତା ଭରା ଆମ ଦେଶ ଭାରତ । ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ହାତରେ ଝଟକିଛି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ଅନନ୍ୟ ଫଟୋଚିତ୍ର ତିଆରି କରିଛନ୍ତି ମୁସଲିମ ସମ୍ପ୍ରଦାୟ ମହିଳା । ଦୁଇ ବର୍ଷ ପରେ ଅହମ୍ମଦାବାଦରେ ରଥଯାତ୍ରା ଧୁମଧାମରେ ପାଳନ ହେବ । ଅହମ୍ମଦାବାଦର ଜମାଲପୁର ସ୍ଥିତ ଜଗନ୍ନାଥ ମନ୍ଦିର ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ମୁସଲିମ ସମ୍ପ୍ରଦାୟ ଏକତାର ପରିଚୟ ଦେଇଛନ୍ତି । ମନ୍ଦିର ମହନ୍ତ ଦିଲ୍ଲୀପ ଦାସଙ୍କୁ ଉପହାର ଭେଟି ପାଇଁ ମହାପ୍ରଭୁଙ୍କ ଏକ ଫଟୋ ଚିତ୍ର ପ୍ରସ୍ତୁତ କରିଛନ୍ତି ମୁସଲିମ ମହିଳା ।
ମୁସଲିମ ମହିଳାଙ୍କ ହାତରେ ଝଟିକିଲା ମହାପ୍ରଭୁଙ୍କ ଫଟୋ ଚିତ୍ର - ଗୁଜୁରାଟ ଖବର
ଏକତା ମଧ୍ୟରେ ବିଭିନ୍ନତା ଭରା ଆମ ଦେଶ ଭାରତ । ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ହାତରେ ଝଟକିଛି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ଅନନ୍ୟ ଫଟୋଚିତ୍ର ତିଆରି କରିଛନ୍ତି ମୁସଲିମ ସମ୍ପ୍ରଦାୟ ମହିଳା । ଅଧିକ ପଢନ୍ତୁ
ପ୍ରତିବର୍ଷ ରଥଯାତ୍ରାରେ ମୁସଲିମ ସମ୍ପ୍ରଦାୟଙ୍କ ପକ୍ଷରୁ ଭେଟି ଦିଆଯାଇଥାଏ । ଚିତ୍ରର ପରିକଳ୍ପନା କରିଥିବା ଆଫ୍ରିନ୍ କହିଛନ୍ତି ଯେ ପ୍ରତିବର୍ଷ ରଥଯାତ୍ରା ଅବସରରେ ମୁସଲମାନ ସମ୍ପ୍ରଦାୟ ଦ୍ବାରା କିଛି ଉପହାର ଦିଆଯାଏ, କିନ୍ତୁ ଏହି ବର୍ଷ ମୁସଲମାନ ଝିଅମାନେ ମଧ୍ୟ ଉପହାର ଦେବାକୁ ଚିନ୍ତା କରିଥିଲେ । ଇଦ୍ ମିଲାଦ-ଅନ୍-ନାବି କେନ୍ଦ୍ରୀୟ କମିଟିରେ ଉପସ୍ଥିତ ମୁସଲମାନ ମହିଳାମାନେ ପ୍ରଭୁ ଜଗନ୍ନାଥ ଏବଂ ସୟଦ ମସଜିଦର ଏକ ଆକର୍ଷଣୀୟ ଚିତ୍ର ଖୋଦେଇ କରିଛନ୍ତି । ଯାହା ଦେଖିବାକୁ ବହୁତ ସୁନ୍ଦର । ଏହି ଚିତ୍ରକୁ କରିବାକୁ 8 ଦିନ ସମୟ ଲାଗିଥିଲା । ଚିତ୍ର ଜରିଆରେ ଏକତାର ବାର୍ତ୍ତା ପହଞ୍ଚିଛି ।
TAGGED:
ଗୁଜୁରାଟ ଖବର