ଚଣ୍ଡିଗଡ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଟର ପ୍ରିୟବ୍ରତ ଫୌଜି ଏବଂ ଅନ୍ୟ ତିନି ଅଭିଯୁକ୍ତଙ୍କୁ ସାତ ଦିନିଆ ରିମାଣ୍ଡରେ ପଠାଇଛନ୍ତି ମାନସା କୋର୍ଟ । ଆଜି ଏହି ଅଭିଯୁକ୍ତଙ୍କୁ ମାନସା କୋର୍ଟରେ ହାଜର କରିଥିଲା ପଞ୍ଜାବ ପୋଲିସ । ଘଟଣାର ତଦନ୍ତ ପାଇଁ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ କୋର୍ଟଙ୍କୁ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ତେବେ କୋର୍ଟ 4 ଅଭିଯୁକ୍ତଙ୍କୁ 7 ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।
Musewala murder case: ଗିରଫ ସୁଟରଙ୍କୁ ମାନସା ଆଣିଲା ପୋଲିସ, କୋର୍ଟରେ କରାଯିବ ହାଜର - ମୋସେଓ୍ବାଲା ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଅଣାଗଲା ମାନସା
ମାନସା କୋର୍ଟରେ ହାଜର ହେଲେ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଟର । 4 ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ
Musewala murder case: ଗିରଫ ସୁଟରଙ୍କୁ ମାନସା ଆଣିଲା ପୋଲିସ, କୋର୍ଟରେ କରାଯିବ ହାଜର
ଆଜି (ମଙ୍ଗଳବାର) ପୂର୍ବାହ୍ନରେ କଡା ସୁରକ୍ଷା ମଧ୍ୟରେ ଏହି ଗିରଫ ଚାରି ସୁଟରଙ୍କୁ କୋର୍ଟରେ ହାଜର କରିଥିଲା ପଞ୍ଜାବ ପୋଲିସ । ଏହାପୂର୍ବରୁ ଆଜି ସକାଳେ ସେମାନଙ୍କୁ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ପଞ୍ଜାବ ପୋଲିସ ଘଟଣା ଘଟିଥିବା ମାନସାକୁ ଆଣିଥିଲା । ଏବେ ରିମାଣ୍ଡ ପାଇବା ପରେ ପଞ୍ଜାବ ପୋଲିସ ଅଭିଯୁକ୍ତଙ୍କ ଠାରୁ ଅନେକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ