ଓଡିଶା

odisha

ETV Bharat / bharat

ଯାନ୍ତ୍ରୀକ ତୃଟି ଯୋଗୁଁ ଅଧା ଆକାଶରୁ ଫେରିଲା ବିମାନ

ଲ୍ୟାଣ୍ଡ କରିବା ପୂର୍ବରୁ ଅଧା ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ଯାନ୍ତ୍ରୀକ ତୃଟି ଯୋଗୁଁ ସୁରକ୍ଷିତ ଭାବେ ଫେରି ଆସିଲା ବିମାନ । ଅଧିକ ପଢନ୍ତୁ

Air India Express flight returns
Air India Express flight returns

By

Published : Jan 23, 2023, 3:17 PM IST

ଥିରୁଅନନ୍ତପୁରମ:ଉଡାଣର ୪୫ ମିନିଟ ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଫେରିଆସିଲା ବିମାନ । ୧୫୦ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଅଧା ଆକାଶରୁ ଫେରି ଆସିଛି । ଯାନ୍ତ୍ରିକ ତୃଟି ଯୋଗୁଁ ଥିରୁଅନନ୍ତପୁରମରୁ ମସ୍କାଟ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନ ୪୫ ମିନିଟ ପରେ ଫେରି ଆସିଥିବା ସୂଚନା ମିଳିଛି । ଏନେଇ ଫ୍ଲାଇଟ ମ୍ୟାନେଜମେଣ୍ଟ ସିଷ୍ଟମ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ୩୦ ମିନିଟ ସମୟରେ ଥିରୁଅନନ୍ତପୁରମରୁ ମସ୍କାଟ ଅଭିମୁଖେ ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ତାହା ମସ୍କାଟରେ ପହଞ୍ଚିବା ପୂର୍ବରୁ ୯ଟା ୧୭ ମିନିଟରେ ଫେରି ଆସିଥିଲା । ଯାନ୍ତ୍ରିକ ତୃଟି କାରଣରୁ ବିମାନଟି ଫେରିଥିଲା । ବିମାନଟିରେ ୧୫୦ ଜଣ ଯାତ୍ରୀ ଥିବା ବେଳେ ପୁଣି ଦିନ ୧ଟା ସମୟରେ ଉଡ଼ାଣ ଆରମ୍ଭ କରିଥିବା ବିମାନ ବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଗତ ଜାନୁଆରୀ ୯ ତାରିଖ ଦିନ ଦିଲ୍ଲୀରୁ ଭୁବନେଶ୍ଵର ଆସୁଥିବା ଏୟାର ଭିସ୍ତାରା ବିମାନରେ ମଧ୍ୟ ଯାନ୍ତ୍ରିକ ତୃଟି ପରିଲକ୍ଷିତ ହୋଇଥିଲା । ଏହାପରେ ଉଡାଣର କିଛି ସମୟ ପରେ ନୂଆଦିଲ୍ଲୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା ବିମାନ । ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିଲେ । ସେହିଦିନ ସନ୍ଧ୍ୟା ୭ଟା ୫୩ରେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବା ପରେ ବିମାନର ହାଇଡ୍ରୋଲିକ୍‌ ସିଷ୍ଟମ୍‌ ଫେଲ୍‌ ହୋଇଥିଲା । ପାଇଲଟ ଏହା ଜାଣିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ଜରୁରୀକାଳିନ ଅବତରଣ ପାଇଁ ଏଟିସି ସହ ଯୋଗାଯୋଗ କରିଥିଲେ ।

ସେହିପରି ଗତ ଜାନୁଆରୀ ୨୧ ତରିଖ ଦିନ ଋଷିଆ ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ନେଇ ଆତଙ୍କ ଖେଳି ଯାଇଥିଲା । ଏହାପରେ ବିମାନର ଦିଗକୁ ପରିବର୍ତ୍ତନ କରାଯାଇ ଏହାକୁ ଉଜ୍‌ବେକିସ୍ତାନରେ ଅବତରଣ କରାଯାଇଥିଲା । ବିମାନରେ ୨ ଜଣ ଶିଶୁ ଓ ୭ ଜଣ କ୍ରୁଙ୍କ ସମେତ ମୋଟ ୨୩୮ ଯାତ୍ରୀ ଥିଲେ ।

ସୂଚନା ମୁତାବକ, ୨୪୦ ଯାତ୍ରୀଙ୍କୁ ନେଇ ଆଜି ଏୟାର ଇଣ୍ଡିଆ ବିମାନ ମସ୍କୋରୁ ଗୋଆ ଅଭିମୁଖେ ଉଡାଣ ଭରିଥିଲା । ବିମାନଟି ଆଜି ସକାଳ ୪ଟା ୧୫ ମିନିଟ୍ ସମୟରେ ସାଉଥ ଗୋଆ ସ୍ଥିତ ଦାବୋଲିମ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ମାତ୍ର ବିମାନଟି ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପୂର୍ବରୁ ଏଥିରେ ବୋମା ଥିବା ନେଇ ସୂଚନା ମିଳିଥିଲା । ରାତି ପ୍ରାୟ ସାଢେ ୧୨ଟା ସମୟରେ ଦୋବାଲିମ ଏୟାରପୋର୍ଟକୁ ବିମାନରେ ବୋମା ସମ୍ପର୍କରେ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ।

ABOUT THE AUTHOR

...view details