ନୂଆଦିଲ୍ଲୀ:ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ (Mumbai terror attack mastermind ) ହାଫିଜ ମହମ୍ମଦ ସୟିଦ ପୁଅ ହାଫିଜ ତଲହା ସୟିଦକୁ ଆତଙ୍କବାଦୀ ଘୋଷଣା କଲା ଭାରତ । UAPA ଆଇନ୍ ଅନୁସାରେ ତାକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ ।
ହାଫିଜ୍ ତଲହା ସୟିଦ ଲସ୍କର-ଏ-ତୋଏବା ( Let)ର ମୁଖ୍ୟ ଅଟେ । ସେ ଆତଙ୍କବାଦୀ ନିଯୁକ୍ତି, ପାଣ୍ଠି ସଂଗ୍ରହ, ଭାରତରେ LeT ଦ୍ୱାରା ଆକ୍ରମଣ ଏବଂ ଆଫଗାନିସ୍ତାନରେ ଭାରତ ବିରୋଧରେ ସକ୍ରିୟ ଭାବରେ ଜଡିତ ରହିଥିବା ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତକାଲି ହାପିଜ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ୩୧ ବର୍ଷ ଜେଲଦଣ୍ଡ ଶୁଣାଣି କରିଥିବା ବେଳେ ସମାନ ଦିନରେ ଭାରତର ଗୃହମନ୍ତ୍ରଣାଳୟ ହାଫିଜ ତାଲହା ସୟିଦଙ୍କୁ ଆତଙ୍କବାଦୀ ଘୋଷଣା କରିଛି ।