ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ଦେଶକୁ ଥରହର କରିଦେଇଛି । ଏପରି ସ୍ଥିତିରେ କିଏ ଅକ୍ସିଜେନ ପଠାଉଛି ତ ଆଉ କିଏ ମେଡିସିନ୍ ପଠାଉଛି । ସେହିପରି ମୁମ୍ବାଇର ଜଣେ ଶିକ୍ଷକ କୋରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ମହାମାରୀକୁ ବେଖାତିର କରି ଆଗକୁ ଆସିଛନ୍ତି ।
ସେ ପ୍ରତିଦିନ ଅଟୋ, ରିକ୍ସାରେ କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଉଛନ୍ତି । ସବୁଠୁ ବଡ କଥା ହେଉଛିକି ସେ ବିନା କୌଣସି ଦେୟରେ ଏପରି ସାହାଯ୍ୟ କରୁଛନ୍ତି । ତେବେ ଏହି ଅଟୋ ଚାଳକ ଜଣକ ପେଶାରେ ଶିକ୍ଷକ, ତାଙ୍କ ନାମ ଦତ୍ତାତ୍ରେୟ ସାୱନ୍ତ । ସେ ଘଟକପୁର ଅଞ୍ଚଳରେ ବସବାସ କରୁ ଥିବାବେଳେ ଜ୍ଞାନସାଗର ବିଦ୍ୟା ମନ୍ଦିରରେ ଇଂରାଜୀ ଶିକ୍ଷକ ଭାବେ ଶିକ୍ଷକତା କରୁଛନ୍ତି । ସେ କିଛିଦିନ ହେବ ଏପରି କାର୍ଯ୍ୟ ଆରମ୍ଭ କରିଛନ୍ତି ।