ଓଡିଶା

odisha

By ETV Bharat Odisha Team

Published : Jan 13, 2024, 8:40 AM IST

Updated : Jan 13, 2024, 10:21 AM IST

ETV Bharat / bharat

ବାଧକ ସାଜିଲା କୁହୁଡ଼ି, ଢାକାରେ ଜରୁରୀ ଅବତରଣ କଲା ମୁମ୍ୱାଇ-ଗୌହାଟୀ ଇଣ୍ଡିଗୋ ବିମାନ

IndiGo flight emergency landing: କୁହୁଡ଼ି ସାଜିଲା ବାଧକ । ଢାକାରେ ମୁମ୍ୱାଇ-ଗୌହାଟୀ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଅଧିକ ପଢନ୍ତୁ

ମୁମ୍ୱାଇ -ଗୌହାଟି ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ମୁମ୍ୱାଇ -ଗୌହାଟି ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ହାଇଦ୍ରାବାଦ:ଘନ କୁହୁଡି ଯୋଗୁ ବିମାନର ଜରୁରୀ ଅବତରଣ । ମୁମ୍ୱାଇରୁ ଗୌହାଟୀରୁ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଘନ କୁହୁଡି ଯୋଗୁ ମୁମ୍ବାଇ-ଗୌହାଟି ବିମାନକୁ ବାଂଲାଦେଶ ରାଜଧାନୀ ଢାକା ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିବା ସୂଚନା ରହିଛି। ଯାତ୍ରୀମାନଙ୍କୁ ବିନା ପାସପୋର୍ଟରେ ବାଂଲାଦେଶରେ ଓହ୍ଲାଇବାକୁ ପଡ଼ିଛି ।

ସୋସିଆଲ ମିଡିଆ ଏକ୍ସରେ ଏନେଇ ମୁମ୍ୱାଇ ଯୁବ କଂଗ୍ରେସ ମୁଖ୍ୟ ସୁରଜ ସିଂହ ଠାକୁର ଟ୍ୱିଟ କରିଛନ୍ତି । ମୁମ୍ୱାଇରୁ ଗୌହାଟୀ ଯାଉଥିବା ବିମାନ ଢାକାରେ ଅବତରଣ କରିଛି ବୋଲି ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରିଛନ୍ତି, "ମୁଁ ଇଣ୍ଡୋଗୋ ବିମାନରେ ମୁମ୍ବାଇରୁ ଗୌହାଟୀ ଯାଉଥିଲି । କିନ୍ତୁ ଘନ କୁହୁଡ଼ି ପାଇଁ ବିମାନ ଗୌହାଟୀରେ ଅବତରଣ କରିପାରିନଥିଲା । ଯେଉଁଥି ପାଇଁ ଢାକାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।" ସେ ଆଉ ମଧ୍ୟ ଲେଖିଛନ୍ତି ଯେ ଯାତ୍ରୀମାନେ ବିନା ପାସପୋର୍ଟରେ ଆନ୍ତର୍ଜାତକ ସୀମା ପାର କରିଛନ୍ତି । ଯାତ୍ରୀମାନେ ବିମାନ ଭିତରେ ରହିଥିବା ଲେଖିଛନ୍ତି ସୁରଜ ।

ଏହାମଧ୍ୟ ପଢନ୍ତୁ.. ଉତ୍ତର ଭାରତରେ କୁହୁଡି କହର, ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ଦେଶରେ କୁହୁଡି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିଛି ଦିନ ହେଲା ରାଜଧାନୀ ଦିଲ୍ଲୀ ସମେତ ଦେଶର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ଯେଉଁଥିପାଇଁ ବିମାନ ତଥା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେଉଛି । ଗତକାଲି ଶୁକ୍ରବାର ଦିନ ଦିଲ୍ଲୀରେ ବନ୍ଦେ ଭାରତ ସମେତ 23ଟି ଟ୍ରେନ ଏକ ଘଣ୍ଟାରୁ 6 ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବରେ ଗତି କରିଥିଲା । ଟ୍ରେନ ବିଳମ୍ବରେ ପହଞ୍ଚିବା ଯୋଗୁଁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ମଧ୍ୟରେ ମୁମ୍ବାଇରୁ ଆସାମର ଗୌହାଟୀ ଯାଉଥିବା ଇଣ୍ଡିଗୋ ବିମାନକୁ ବାଂଲାଦେଶ ରାଜଧାନୀ ଢାକାଠାରେ ଜରୁରୀ ଅବତରଣ କରିବାକୁ ପଡିଛି ।

ଏହାମଧ୍ୟ ପଢନ୍ତୁ.. ଦିଲ୍ଲୀରେ ଘନ କୁହୁଡି, ଜୟପୁରକୁ ଡାଇର୍ଭଟ ହେଲା ରାହୁଲଙ୍କ ବିମାନ

ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ବିଭିନ୍ନ ରାଜ୍ୟରେ ଶୀତୁଆ ପାଗ ସହ ଘନ କୁହୁଡ଼ି ଜାରି ରହିଛି । 14 ଜାନୁଆରୀ ଯାଏ ଦିଲ୍ଲୀରେ ଏହିଭଳି ଶୀତୁଆ ପାଗ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ପଞ୍ଜାବ, ହରିୟାଣା, ଚଣ୍ଡିଗଡରେ ଜାନୁଆରୀ 16 ତାରିଖ ଯାଏ ଏହିଭଳି ପାଗ ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2024, 10:21 AM IST

ABOUT THE AUTHOR

...view details