ନୂଆଦିଲ୍ଲୀ:ବିଶ୍ବ ଧନୀ ତାଲିକାରେଗୌତମ ଆଦାନୀକୁ ଟପିଲେ ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ ଆଦାନୀଙ୍କୁ ଓଭରଟେକ କରି ୯ ନମ୍ବର ସ୍ଥାନରେ ରହିଛନ୍ତି । ରିଲାଇନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୪.୩ବିଲିୟନ ଡ଼ଲାର ରହିଥିବା ବେଳେ ଦଶମ ସ୍ଥାନରେ ରହିଥିବା ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୪.୧ ବିଲିୟନ ଡଲାର ରହିଛି ।
ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଷ୍ଟକ ବଜାରରେ ଆଦାନୀ ଗୃପ ଅନ୍ତର୍ଗତ ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଧାରା ଲାଗି ରହିଛି । ଫଳରେ ଗୌତମ ଆଦାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିର ପରିମାଣ ମଧ୍ୟ କମିବାରେ ଲାଗିଛି । ଏହାସହ ବିଶ୍ବର ଧନା ତାଲିକାରେ ଆଦାନୀଙ୍କ ସ୍ଥାନ ମଧ୍ୟ ତଳକୁ ଖସିବାରେ ଲାଗିଛି । ବିଶ୍ବର ୩ ନମ୍ବର ଧନୀ ତାଲିକାରେ ରହିଥିବା ଗୌତମ ଆଦାନୀ ବର୍ତ୍ତମାନ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ମଧ୍ୟ ନାହାନ୍ତି । ବିଶ୍ବ ଧନୀ ତାଲିକାରେ ୧୧ତମ ସ୍ଥାନକୁ ଖସିଛନ୍ତି ଗୌତମ ଆଦାନୀ । ଏହାରି ଭିତରେ ଆଜି ପ୍ରକାଶ ପାଇଛି ଫୋବର୍ସ ରିଏଲ ଟାଇମ ବିଲେନିଆରି ଲିଷ୍ଟ ୨୦୨୩ । ପୁଣି ଗୌତମ ଆଦାନୀକୁ ଟପିଲେ ମୁକେଶ ଅମ୍ବାନୀ । ବିଶ୍ବ ଧନୀ ତାଲିକାରେ ଗୌତମ ଆଦାନୀ ୧୦ ନମ୍ବର ସ୍ଥାନରେ ରହିଥିବା ବେଳେ ମୁକେଶ ଅମ୍ବାନୀ ଆଦାନୀଙ୍କୁ ଓଭରଟେକ କରି ୯ ନମ୍ବର ସ୍ଥାନରେ ରହିଛନ୍ତି ।
ଆଦାନୀଙ୍କ ନିଟ ସମ୍ପତ୍ତି ମୂଲ୍ୟ ୮୩.୯ ବିଲିୟନ ଡ଼ଲାରକୁ ଖସି ଆସିଛି। ସେ ବର୍ତ୍ତମାନ ରିଲାଇନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ଠାରୁ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୮୪.୩ବିଲିୟନ ଡ଼ଲାର ।