ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରୁ 6 ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ, ଛତିଶଗଡରୁ ଓଡିଶା ଲମ୍ବିଛି ଚେର - ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ

ମୋତିନଗର ଥାନା ପୋଲିସକୁ ବଡ ସଫଳତା । ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କ ପର୍ଦାଫାସ କରିବା ସହ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ:

6 ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ
6 ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ

By

Published : Mar 24, 2021, 5:59 PM IST

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ସାଗର ଜିଲ୍ଲା ମୋତିନଗର ଥାନା ପୋଲିସକୁ ବଡ ସଫଳତା । ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କ ପର୍ଦାଫାସ କରିବା ସହ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଛତିଶଗଡ ଓ ଓଡିଶାର ହୋଇଥିବା ଜଣାପଡିଛି ।

6 ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ

ଏମାନେ ସମସ୍ତେ ଭୋପାଳର ସାଗରକୁ ଗଞ୍ଜେଇ ବ୍ୟବସାୟ ପାଇଁ 2ଟି କାରରେ ଗଞ୍ଜେଇ ନେଇ ଆସୁଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢେ 7 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରଖିଥିବାବେଳେ ଏହି ଚେର କେତେ ଦୂର ଲମ୍ବିଛି । ଏହି ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ନେଟୱାର୍କ ବାବଦରେ ଅଧିକ ତଦନ୍ତ କରାଯାଉଛି ।

ସୂଚନା ଅନୁସାରେ, ସାଗରର ମୋତିନଗର ପୋଲିସ ଷ୍ଟେସନକୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ଦିଆଯାଇଥିଲା । ସୂଚନାଦାତାଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ମୋତିନଗର ପୋଲିସ ଭୋପାଳ-ଜାନସୀ ବାଇପାସରେ ଯାଞ୍ଚ ଆରମ୍ଭ କରିଥିଲା। ଏହାପରେ ଯାଞ୍ଚ ବେଳେ ଦୁଇଟି ସ୍କର୍ପିଓ ଉପରେ ସନ୍ଦେହ ହେବାରୁ ଛାନଭିନ କରିଥିଲା ପୋଲିସ । ଯେଉଁଥିରୁ 4ଟି ଗଞ୍ଜେଇ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଜବତ କରିଥିଲା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details