ଲକ୍ଷ୍ନୌ:ଉତ୍ତରପ୍ରଦେଶର 'ଅପନା ଦଲ'ର ସାଂସଦ ପକୌଡିଲାଲଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଭାଇରାଲ । ଯେଉଁଥିରେ ସେ ବ୍ରାହ୍ମଣ ଓ ଠାକୁର ସମ୍ପ୍ରଦାୟକୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି । ତେବେ ଆଦିବାସୀ ସମ୍ପ୍ରଦାୟ କୋଲ ସମାଜର ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସାସଂଦ । ଅନ୍ୟପଟେ କୋଲ ସମାଜର ସମର୍ଥକମାନେ ତାଳି ବଜାଉଥିବା ଆସିଛି ନଜର ।
ଏହି ଘଟଣାଟି ହଲିୟା ଥାନା କ୍ଷେତ୍ରର ବବୁରା ରଘୁନାଥ ସିଂହ ଗ୍ରାମର କିରକା ବସ୍ତିରେ ଘଟିଛି । କୋଲ ସମାଜର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ମନ୍ତବ୍ୟ ଦେଇଛନ୍ତି ବିଜେପିର ସହଯୋଗୀ ଦଳ 'ଅପନା ଦଲ'ର ସୋନଭଦ୍ର ସାଂସଦ ପକୌଡିଲାଲ । ସେ କାର୍ଯ୍ୟକ୍ରମରେ କହିଥିଲେ ଯେ ଯେତବେଳେ ବ୍ଲକ ମୁଖ୍ୟ ନିର୍ବାଚନରେ ସେ ଗୋଟିଏ ଭୋଟରେ ହାରିଥିଲେ, ସେତେବେଳେ ସେ ଏହି ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିବାଦ ବଢିଥିଲା । କିନ୍ତୁ ଶେଷରେ ପୋଲିସ ଗୁଳିଚାଳନ କରିବା ଦ୍ବାରା ଘଟଣା ଶାନ୍ତ ପଡ଼ିଥିଲା ।