ଭୋପାଳ: ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସଂଖ୍ୟାଲଘୁ ସରପଞ୍ଚଙ୍କ ସମର୍ଥକମାନେ "ପାକିସ୍ତାନ ଜିନ୍ଦାବାଦ" ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି । ବିଜୟ ଉତ୍ସବ ପାଳନବେଳେ ଏପରି ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପାକିସ୍ତାନ ଜିନ୍ଦାବାଦ ନାରା ଅଭିଯୋଗ, ଭିଡିଓ ଭାଇରାଲ - ମଧ୍ୟ ପ୍ରଦେଶ ପଞ୍ଚାୟତ ନିର୍ବାଚନ
ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ପାକିସ୍ତାନ ଜିନ୍ଦାବାଦ ନାରା ଅଭିଯୋଗ । ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ
ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପାକିସ୍ତାନ ଜିନ୍ଦାବାଦ ନାରା ଅଭିଯୋଗ, ଭିଡିଓ ଭାଇରାଲ
ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଉତ୍ତେଜନା ପ୍ରକାଶ ପାଇଥିଲା । ବହୁ ସଂଖ୍ୟକ ଲୋକ ସ୍ଥାନୀୟ କୁଥଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିନ୍ଦୁ ପକ୍ଷ । ଅଭିଯୋଗ ପରେ ପୋଲିସ ବର୍ତ୍ତମାନ ଭିଡିଓର ସତ୍ୟତା ଯାଞ୍ଚ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ